ସ୍ନାଚରେ ନୂଆ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କଲେ ଆନ୍ଧ୍ରପ୍ରଦେଶର ଏସ. ପଲ୍ଲବୀ

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ଅନୁଷ୍ଠିତ ଜୁନିୟର ମହିଳା ୬୪ କେଜି ଓଜନ ବର୍ଗରେ ଆନ୍ଧ୍ରପ୍ରଦେଶର ଏସ. ପଲ୍ଲବୀ ସ୍ନାଚରେ ନୂଆ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ଏହି ବର୍ଗର ସ୍ନାଚରେ ୮୫ କେଜିର ରେକର୍ଡ ଥିବା ବେଳେ ପଲ୍ଲବୀ ୮୬ କେଜି ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଓ ଏଥି ସହିତ ସେ କ୍ଲିନ ଆଣ୍ଡ ଜର୍କରେ ୧୦୮ କେଜି ସହ ମୋଟ ୧୯୪ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଆଇଡବ୍ଲୁଏଲଏଫର କୋମଲ ଖାନ ମୋଟ ୧୯୦ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଆସାମର ଦ୍ୱିତୀମୋନୀ ସୋନୱାଲ ୧୮୫ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ସିନିୟର ମହିଳା ୬୪ କେଜି ଓଜନ ବର୍ଗରେ ପଞ୍ଜାବର ଯଶବୀର କୌର ମୋଟ ୧୯୮ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ଏସ. ପଲ୍ଲବୀ ମୋଟ ୧୯୪ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଆରଏସପିବିର ଏସ. ନିରୁପମା ଦେବୀ ମୋଟ ୧୯୨ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

prayash

ଆନ୍ତଃରାଜ୍ୟ ସିନିୟର ମହିଳା ୬୪ କେଜି ଓଜନ ବର୍ଗରେ ପଞ୍ଜାବର ଯଶବୀର କୌର ମୋଟ ୧୯୮ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ଏସ. ପଲ୍ଲବୀ ୧୯୪ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଆଇଡବ୍ଲୁଏଲଏଫ ର କୋମଲ ଖାନ ୧୯୦ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
୬୪ କେଜି ମହିଳା ୟୁଥ ବର୍ଗରେ ପଣ୍ଡିଚରିର ସି. ହର୍ଷିକା ମୋଟ ୧୬୫ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଉତ୍ତରପ୍ରଦେଶର ସୁଷମା ଦେବୀ ୧୫୪ କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଗୋଆ ର ଅର୍ଚିତା ସିଦ୍ଧାନ୍ତ ଶିରୋଦକର ମୋଟ ୧୪୮ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଜିର ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ରେଳବାଇ ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏବଂ ଦ୍ରୋଣାଚାର୍ୟ୍ୟ ପୁରସ୍କାରପ୍ରାପ୍ତ ହଂସ ଶର୍ମା ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

kalyan agarbati

Comments are closed.