www.samajalive.in
Monday, December 15, 2025
24.1 C
Bhubaneswar

କଡ଼ା ନିରାପତ୍ତା ଥିବା ଜେଲ୍‌ ପ୍ରକୋଷ୍ଠରେ ଲୁଟିଆ ସ୍ପାଇଡର: ମିଳିଲା ରିମାଣ୍ଡ ଅନୁମତି; ଜେରା କରିବ ପୁଲିସ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାରେ ଗିରଫ ଲୁଟିଆକୁ କମିସନରେଟ ପୁଲିସ ଅଦାଲତ ଚାଲାଣ କରିଛି। ଝାରପଡ଼ା ସ୍ବତନ୍ତ୍ର କାରାଗାରର ହାଇ ସିକ୍ୟୁରିଟି ସେଲ୍‌ରେ ତାକୁ ରଖାଯାଇଛି। କଡ଼ା ସୁରକ୍ଷା ବଳୟରେ ଉକ୍ତ ସେଲ୍‌କୁ ରଖାଯାଇଛି।

୨୪ ଘଣ୍ଟିଆ ସିସିଟିଭି ନଜରରେ ସ୍ପାଇଡର ରହିଛି। କୁଖ୍ୟାତ ଲୁଟିଆ ସ୍ପାଇଡରକୁ ନେଇ କାରାଗାର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ଏ ପାଚେରିରୁ ସେ ପାଚେରି ଡେଇଁ ପଳାଉଥିବା ଲୁଟିଆ ସ୍ପାଇଡର ଉପରେ କାରାଗାର କର୍ତ୍ତୃପକ୍ଷ ସ୍ବତନ୍ତ୍ର ନଜର ରଖିଛନ୍ତି। ଅନ୍ୟପଟେ ପୁଲିସର ଆବେଦନକୁ ବିଚାର କରି ୫ ଦିନ ରିମାଣ୍ଡରେ ନେବା ଲାଗି ଅନୁମତି ମିଳି ସାରିଛି। ଆସନ୍ତା ସୋମବାର ଅଭିଯୁକ୍ତକୁ ହେପାଜତକୁ ଆଣି ପୁଲିସ ଜେରା କରିବ। ତା’ ସମ୍ପତ୍ତି ଓ ଆଉ କେଉଁଠି ଲୁଟ୍‌ କରିଥିଲା, ଲୁଟ୍‌ ତରିକା ସମ୍ପର୍କରେ ତଦନ୍ତକାରୀ ଦଳ ପଚରାଉଚରା କରିବେ।

- Advertisement -

ଏ ରାଜ୍ୟରୁ ସେ ରାଜ୍ୟ ବୁଲି ବୁଲି ଲୁଟିଆ ସ୍ପାଇଡର ଲୁଟ୍‌ କରୁଥିଲା। କୋଟିପତିଙ୍କ ଘରେ ପଶି କଳାକନା ବୁଲାଉଥିଲା। ୭୦ ମାମଲାରେ ସମ୍ପୃକ୍ତକୁ ଧରିବା ପୁଲିସ ପାଇଁ ଚାଲେଞ୍ଜ ଥିଲା। ନିରଞ୍ଜନଙ୍କ ଘରୁ ଲୁଟ୍‌ର ୧୯ ଦିନ ପରେ ବିଶାଖାପାଟଣାରୁ ସ୍ପେଶାଲ ସ୍କ୍ବାଡ ଧରିଥିଲା। ଏହିଲାଗି ପୁଲିସ ୪୦୦ କ୍ୟାମେରା ଓ ୧୦ ହଜାର ଫୋନ ଯାଞ୍ଚ କରିଥିଲା। ପ୍ରାୟ ୫୦ ଜଣଙ୍କୁ ଜେରା କରିଥିଲା।

ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ର ଓ କେରଳରେ ଥିବା କଏଦୀଙ୍କ ତଥ୍ୟ ନେବା ସହ ଫଟୋ ଯାଞ୍ଚ କରିବା ପରେ କେରଳ ଜେଲରୁ ତା’ ସମ୍ପର୍କରେ ତଦନ୍ତକାରୀ ଦଳ ଜାଣିବାକୁ ପାଇଥିଲା। ଶେଷରେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସ୍ପାଇଡର ଶକ୍ତି ଓରଫ କେ.ସତୀ ରେଡ୍ଡୀକୁ ଧରିବାରେ ପୁଲିସ ସଫଳ ହୋଇଥିଲା। ଲୁଟ୍‌ ସମ୍ପତ୍ତି ମଧ୍ୟ ପୁଲିସ ଜବତ କରିଥିଲା। ଗୁଗୁଲରୁ ଯାଞ୍ଚ କରି ଲୁଟ୍‌ କରୁଥିବା ଜେରାରେ ସେ ସ୍ବୀକାର କରିଥିଲା।

ଘଟଣା ଦିନ ନିରଞ୍ଜନଙ୍କ ପୁଅ-ବୋହୂ ଘରେ ନଥିବା ସେ କିପରି ଜାଣିଲା, ତଳ ମହଲା ଓ ଉପର ମହଲାକୁ ନଯାଇ ମଝି ମହଲାରୁ ସେ ଲୁଟ୍‌ କରିଥିଲା। ମଝି ମହଲାରେ କେହିନଥିବା ସେ ଜାଣିଲା କିପରି ? ଏଭଳି କିଛି ତଥ୍ୟକୁ ନେଇ ତଦନ୍ତକାରୀ ଦଳ ଅଭିଯୁକ୍ତକୁ ପଚରାଉଚରା କରିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories