www.samajalive.in
Saturday, December 6, 2025
19.1 C
Bhubaneswar

ଲୋପ ପାଇବାକୁ ବସିଲାଣି ଆଖୁଚାଷ, ଚିନ୍ତାରେ ଚାଷୀ

କଲ୍ୟାଣସିଂହପୁର: ଦିନକୁ ଦିନ ଆଖୁ ଚାଷ ଲୋପ ପାଉଥିବା ଯୋଗୁଁଁ ମୁଣ୍ଡରେ ହାତ ଦେଇ ପେଟ ଶାଉଁଳି ବସିଲେଣି ଆଖୁ ଚାଷୀ। ଆଖୁଚାଷ ପ୍ରତି ସରକାରଙ୍କ ଦୃଷ୍ଟି ପଡୁନାହିଁ, ଯେଉଁଥି ପାଇଁ ଚାଷୀ ଆଜି ଆଖୁଚାଷ କରିବା ପାଇଁ ମୁଁହ ଫେରାଉଛନ୍ତି।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ସଦର ମହକୁମାର ସୁନାଖଣ୍ଡି ଗ୍ରାମରେ ୯୦ ପରିବାର ବସବାସ କରୁଥିବାବେଳେ ଗାଁରେ ପ୍ରାୟ ୮୦ ପରିବାର ପୂର୍ବ ପୁରୁଷରୁ ଆଖୁ ଚାଷ କରିଆସୁଥିଲେ। କିନ୍ତୁ ଆଜିକା ଦିନରେ ମାତ୍ର ୬ରୁ ସାତ ପରିବାର ହିଁ ଚାଷ କରୁଛନ୍ତି। ଆଉ ଯେଉଁ ଚାଷୀମାନେ ୧୫ରୁ ୨୦ଏକର ଚାଷ କରୁଥିଲେ ପରମ୍ପରା ବଞ୍ଚାଇବା ପାଇଁ ଗୋଟିଏ ଏକର ଚାଷ କରିବା ପାଇଁ ମଧ୍ୟ ନାରାଜ ହୋଇ ଭାଗ ବଣ୍ଟା ଦେଇ ପଛଘୁଞ୍ଚା ହୋଇ ପଡ଼ୁଥିବା ଗ୍ରାମର ଚାଷୀମାନେ କହିଛନ୍ତି।

- Advertisement -

ପ୍ରାୟତଃ ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆଖୁ ଲଗାଇଥାନ୍ତି। ନିଜ ନିଜର ବଳଦ ହଳ ଧରି ଘୋଣାରେ ଆଖୁପେଡ଼ି ଭେଲା ଗୁଡ଼, ସରଗୁଡ଼, ଚେକି ଗୁଡ଼ ତିଆରି କରିଥାନ୍ତି। ନିଜ ଅଞ୍ଚଳରେ ବିକ୍ରି କରି ଯେଉଁ ଦୁଇ ପଇସା ରୋଜଗାର କରୁଥିଲେ ସେହି ଟଙ୍କାରେ ପରିବାର ଭରଣ ପୋଷଣ ପିଲାଙ୍କ ପାଠ ପଢାରେ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆଜି ଆଖୁ ଚାଷ କରିବା ପାଇଁ ଗ୍ରାମର ଚାଷୀମାନେ ବାଉଁଶ, କାଠ, ଜଙ୍ଗଲରେ ନ ମିଳିବାରୁ ଜମିରେ ବାଡ଼ କରିପାରୁ ନାହାନ୍ତି। ତା’ ସହିତ ସରକାରଙ୍କଠାରୁ କୌଣସି ସୁବିଧା ସୁଯୋଗ ମିଳିପାରୁନି ବୋଲି ଆଖୁ ଚାଷ କରୁ ନାହାଁନ୍ତି। ସେଥିପାଇଁ ଆଖୁ ଚାଷ କମିବାରେ ଲାଗିଛି ବୋଲି ଗ୍ରାମର ବୀଣା ବୋଇସାଗ, ମକର ବଛା, ଖୀରଦ ବୈଶାଲ, ଦେବ ବୈଶାଲ, ଶିବ ବଛା, ନଳ କାଣ୍ଡ, ଦୟା ବୈଶାଲ, ଗୋପୀ ସୁନା କହିଛନ୍ତି।

ଏହି ଆଖୁ ଚାଷ ପ୍ରତି ସରକାର ଦୃଷ୍ଟି ଦେଇ ସରକରୀ ସହାୟତା ଯୋଗାଇ ଦେଲେ ସେମାନେ ପୁଣିଥରେ ଚାଷ କରି କିଛି ଦୁଇ ପଇସା ରୋଜଗାର କରିବା ସହ ଆଖୁ ଚାଷର ପରମ୍ପରା ବଞ୍ଚାଇ ରଖିପାରନ୍ତେ ବୋଲି ସୁନାଖଣ୍ଡି ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି। କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ,କରଞ୍ଜା ଓ ବିଜୟନଗରଠାରେ ଆଖୁ ଚାଷ କରାଯାଉଥିଲା। ବର୍ତ୍ତମାନ କେବଳ ସୁନଖଣ୍ଡିରେ ହିଁ କିଛି ଲୋକ ଆଖୁ ଚାଷ କରୁଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories