www.samajalive.in
Saturday, December 6, 2025
26.1 C
Bhubaneswar

ଅଟୋ ଚାଳକର ଚାପୁଡ଼ାରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଲଗାଭିଠାରେ ଜଣେ ଅଟୋରିକ୍ସା ଚାଳକର ଚାପୁଡ଼ା ମାଡ଼ରେ ଗୋଆର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଲାଭୁ ସୂର୍ଯ୍ୟାଜୀ ମାମଲେଦାରଙ୍କର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, କର୍ଣ୍ଣାଟକ ଗସ୍ତରେ ଆସିଥିବା ୬୮ ବର୍ଷୀୟ ବିଧାୟକଙ୍କ କାର ଶନିବାର ଏକ ଗଳି ରାସ୍ତାରେ ଯାଉଥିବାବେଳେ ଅଟୋକୁ ସାମାନ୍ୟ ଧକ୍କା ଦେଇଥିଲା। ଏଥିରୁ ବିବାଦ ସୃଷ୍ଟି ହୋଇଥିଲା। ବିଧାୟକ ଲାଭୁ ଗାଡ଼ିରୁ ଓହ୍ଲାଇ ବୁଝାସୁଝା କରୁଥିବାବେଳେ ଅଟୋ ଚାଳକ ମୁଜାହିଦ ସନାଦି ଉତ୍ୟକ୍ତ ହୋଇ ତାଙ୍କୁ ଜୋର୍‌ ଚାପୁଡ଼ା ମାରିଥିଲା। କିଛି ସମୟ ପରେ ବିଧାୟକ ନିଜ ଲଜ୍‌କୁ ଫେରିଯାଇଥିଲେ। ଲଜ୍‌ ପାହାଚ ଚଢ଼ୁଥିବାବେଳେ ହଠାତ୍‌ ସେ ଅସୁସ୍ଥୁ ହୋଇପଡ଼ିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଅଟୋରିକ୍ସା ଚାଳକକୁ ଗିରଫ କରିଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories