ଠକ

ଅଂଶୁମାନ ଦାଶ

ଊନବିଂଶ ଶତାବ୍ଦୀର ଆରମ୍ଭରେ ଦିଲ୍ଲୀର ତତ୍କାଳୀନ ବ୍ରିଟିଶ୍‌‌ ସରକାର ନାଗସାପ ଆତଙ୍କରୁ ସହରକୁ ରକ୍ଷା କରିବା ପାଇଁ ଏକ ଉପାୟ ଚିନ୍ତା କରିଥିଲେ। ମୃତ ନାଗସାପର ଶରୀର ବଦଳରେ ସରକାର ପୁରସ୍କାର ଘୋଷଣା କଲେ। କିଛିଦିନ ପରେ କିନ୍ତୁ ଠକ ଅସାଧୁ ଲୋକ ପୁରସ୍କାର ରାଶି ଲୋଭରେ ନାଗସାପମାନଙ୍କୁ ଚୋରାରେ ପାଳନ କରି ବଂଶବୃଦ୍ଧି କରାଇଲେ ଏବଂ ପରେପରେ ସେଇ ନାଗସାପଙ୍କୁ ହତ୍ୟା କରି ପୁରସ୍କାର ହାସଲ କଲେ। ଏହି ଅସାଧୁ ଉପାୟ ବ୍ୟାପିବା ସହ ଦିନକୁ ଦିନ ଠକ ବିଦ୍ୟାର ପରିସରଭୁକ୍ତ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା। ହେଲେ ସର୍ପପାଳନ ତ ଗୃହପାଳିତ ପଶୁ ପାଳନ ପରି କାମ ନୁହେଁ। ଅନେକ ସାପ ନିୟନ୍ତ୍ରଣ ବାହାରକୁ ଯାଇ ନିଜର ବସା ଛାଡି ଖୋଲା ସହରକୁ ପ୍ରବେଶ କଲେ। ପଂଳସ୍ୱରୂପ ସର୍ପ ସଂଖ୍ୟା ହ୍ରାସ ନ ହୋଇ ବରଂ ବୃଦ୍ଧି ପାଇବାକୁ ଲାଗିଲା ତଥା ପୁରସ୍କାର ରାଶି ପିଛା ସରକାରଙ୍କ ରାଜସ୍ୱ ହାନି ହୋଇ ଚାଲିଲା। ବୁଦ୍ଧିଜୀବୀଙ୍କ ମହଲରେ ଏହି ଘଟଣା ‘ଦିଲ୍ଲୀ ନାଗ ପ୍ରଭାବ’ (Delhi cobra effect) ନାମରେ ଜଣା। ଏହି ପରିଚ୍ଛେଦ ଉପସ୍ଥାପନାର ଉଦ୍ଦେଶ୍ୟ ହେଲା ବର୍ତ୍ତମାନ ସମାଜରେ ବିଭିନ୍ନ ପ୍ରକାରର ଠକ ବିଦ୍ୟାର ପ୍ରଭାବ ନାଗ ପ୍ରଭାବ ପରି ନିତିଦିନିଆ ଜୀବନଯାପନକୁ ଗ୍ରାସ କରୁଛି ତାହାର ଏକ ଜରୁରୀ ଅନୁଶୀଳନ ପ୍ରତି ଆଲୋକପାତ କରିବା।

ପ୍ରଥମେ ଆରମ୍ଭ କରିବା ସକାଳର ପ୍ରଥମ ଆବଶ୍ୟକତା ପାନୀୟ ଜଳରୁ। ସ୍ୱଚ୍ଚ୍ଥଜଳ ନାମରେ ଯୋଗା ହେଉଥିବା ନଳପାଣି ଉପରେ ଭରସା ନ ଥିବାରୁ ଶୁଦ୍ଧତା ପାଇଁ ବସାଯାଇଛି ନାମୀଦାମୀ ପିଂଲ୍‌‌ଟର୍‌‌। ହେଲେ ତାହା ମଧ୍ୟ କେତେ ମାନାଙ୍କ ପାଣି ଯୋଗାଏ ତାହା ପ୍ରଶ୍ନବାଚୀ। ପିଂଲ୍‌‌ଟର୍‌‌ ରକ୍ଷଣାବେକ୍ଷଣା ପିଛା ବାର୍ଷିକ ମୋଟାଅଙ୍କର ଶୁଳ୍କ ଦେଇ ମଧ୍ୟ ଅନେକ ଲୋକ ଜଳ ସଂକ୍ରମଣ ରୋଗର ଶିକାର ହେଉଛନ୍ତି। ଜଣେ ବନ୍ଧୁ ତାଙ୍କ ଘରେ ପିଂଲ୍‌‌ଟର୍‌‌ ଥାଇ ମଧ୍ୟ ସିଝାପାଣି ପାନୀୟରେ ବ୍ୟବହାର କରୁଥିବାର ଦେଖି ଥଟ୍ଟା କୌତୂହଳ ପୂର୍ବକ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି। ହେଲେ ଏହିପରି ଠକ ବାତାବରଣ ପାଇଁ ତାହା ଉଚିତ୍‌‌ ପଦକ୍ଷେପ ବୋଲି ପରେ ହୃଦୟଙ୍ଗମ କଲି। ଶୁଦ୍ଧ ପାଣି ପରି ଶୁଦ୍ଧ ଦୁଗ୍ଧ ମଧ୍ୟ ପ୍ରଶ୍ନବାଚୀ। ଅଧିକ ଦୁଗ୍ଧ ବିକ୍ରୟ ପାଇଁ ବିଭିନ୍ନ ପ୍ରକାର କ୍ଷତିକାରକ ପାଉଡର୍‌‌ ମିଶାଇବା ତଥା ଗାଈଗୋରୁଙ୍କୁ କ୍ଷତିକାରକ ଇଂଜେକ୍ସନ୍‌‌ ଦେବା କଥା ସଭିଁଙ୍କୁ ଜଣା। ଦୂଷିତ ଜଳ ସହ ଅପମିଶ୍ରିତ କ୍ଷୀରରୁ ତିଆରି ଚା’ ସାଙ୍ଗରେ ଯେତବେଳେ ଖବରକାଗଜର ପୃଷ୍ଠା ଓଲଟା ହୁଏ, ଭଳି କି ଭଳି ଠକ ଓ ଠକାମିର ଶିକାର ସମ୍ୱନ୍ଧୀୟ ପ୍ରସଙ୍ଗ ଦୃଷ୍ଟିଗୋଚର ହୁଏ। ଯେପରି କିଛି ଦିନ ତଳେ ଚାକିରି ପାଇଁ ପଚିଶି ତିରିଶି ଯୁବକ କୋଟିଏ ଟଙ୍କାର କମିସନ ଦେଇ ଟ୍ରେନିଂ ନାମରେ କେଉଁ ଏକ ରେଳଷ୍ଟେସନ୍‌‌ ରେ କୋଡିଏ ଦିନ ଧରି ଟ୍ରେନ୍‌‌ ଗଣୁଥିଲେ, କେଉଁଠି ଟେଲିଫୋନ୍‌‌ ଟାୱାର୍‌‌ ମରାମତି କରିବା ବାହାନାରେ ଦଳେ କର୍ମଚାରୀ ସମ୍ପୂର୍ଣ୍ଣ ଟାୱାର୍‌‌କୁ ଖୋଲିନେଲେ, ଦାନପ୍ରଯୁକ୍ତ ଖାତାରେ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍‌‌ ନମ୍ୱର ଦେଇ ମନ୍ଦିର ପୂଜାରୀ ଦାନର କୋଟି କୋଟି ଅର୍ଥ ଆତ୍ମସାତ୍‌‌ କଲେ, ପ୍ଳାଷ୍ଟିକ୍‌‌ ଗଛକୁ ସତ ଗଛ ରୂପେ କ୍ରୟ କରି ଗ୍ରାହକ ବର୍ଷକାଳ ପାଣି ଦେଲାପରେ ଠକାମିର ଶିକାର ହୋଇଥିବାର ହୃଦୟଙ୍ଗମ କଲେ, ବିଦେଶୀ ନାଗରିକକୁ ଗୋଟିଏ ସିଙ୍ଗଡା ୧୦୦୦ ଟଙ୍କାରେ ବିକ୍ରି, ଜମି ଦେବା ନାଁରେ ଠକେଇ, ଗାଡି ପାର୍କିଂ ଟିକଟ ନାଁରେ ଠକେଇ.. ଇତ୍ୟାଦି ଇତ୍ୟାଦି ସମ୍ୱାଦ ସକାଳୁ ମନକୁ ଅଥୟ ବା ଭାରୀ କରିଦେଇଥାଏ। ଏମିତି ଗୋଟିଏ ଦିନର ଠକ ଖବର ସୂଚୀ ସବୁକୁ ଏହି ପ୍ରବନ୍ଧର ପରିସୀମାକୁ ଆଣିବା ସମ୍ଭବ ନୁହେଁ। ହେଲେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଚାଲିଥିବାରୁ ପାଠକମାନଙ୍କ ଅବଗତ ନିମନ୍ତେ ଡିଜିଟାଲ୍‌‌ ଠକେଇ ପ୍ରତି ଗୁରୁତ୍ୱାରୋପ କରିବା ଆବଶ୍ୟକ। ଅନେକ ସାଧାରଣ ନିରୀହ ଲୋକ ସାମାନ୍ୟ ଅଜାଣତା ଅସାବଧାନତା ହେତୁ ନିଜର କଷ୍ଟ ଅର୍ଜିତ ଧନ ଡିଜିଟାଲ୍‌‌ ଠକେଇ ଦ୍ୱାରା ହରାଇଛନ୍ତି। ତେଣୁ କୌଣସି ଅଜଣା ଲିଙ୍କ୍‌‌କୁ କ୍ଳିକ୍‌‌ କରନ୍ତୁ ନାହିଁ। ନିଜର ଓଟିପି, ୟୁପିଆଇ କିମ୍ୱା ଏଟିଏମ୍‌‌ ଓ କ୍ରେଡିଟ୍‌‌ କାର୍ଡ ନମ୍ୱର୍‌‌ କାହାକୁ ମଧ୍ୟ ଦିଅନ୍ତୁ ନାହିଁ। ଅଜଣା ଲୋକଙ୍କୁ ଏ ସମ୍ୱନ୍ଧରେ ମନୋରଞ୍ଜନ କରାନ୍ତୁ ନାହିଁ।

ଖାଦ୍ୟ ସାମଗ୍ରୀର ଅପମିଶ୍ରଣ ମଧ୍ୟ ବିଶିଷ୍ଟ ସିଲାବସ୍‌‌। କୃତ୍ରିମ ରଙ୍ଗ ସ୍ପ୍ରେ ହୋଇଥିବା ପାଉଁରୁଟି, ପଂଳ, ରାସାୟନିକ ଆର୍ଜିମୋନ ତେଲ ମିଶା ସୋରିଷ ତେଲ, ରଙ୍ଗ ମିଶା ସସ୍‌‌, ପ୍ଳାଷ୍ଟିକ୍‌‌ର ଅଣ୍ଡା, ଡାଲି ଓ ଚାଉଳ। ଖାଉଟି ବିଭାଗର ନିତିଦିନିଆ ଚଢଉ ପରେ ମଧ୍ୟ ପରିବର୍ତ୍ତନ କିଛିନାହିଁ। ଯାହା ଯେମିତି ହେଉ ଦିନ ଭଲ ଯିବାର ପ୍ରାର୍ଥନା କରି ମଣିଷ ଅପିଂସ୍‌‌ ବାହାରେ। ଯିବା ବାଟରେ ଗାଡିରେ ପେଟ୍ରୋଲ୍‌‌ ପକାଇବା କଥା ଭାବିଲା ବେଳକୁ ଦାମ୍‌‌ ଦେଖି ସରକାରଙ୍କ ପ୍ରତି ରାଗ ହେବା ସ୍ୱାଭାବିକ୍‌‌। ହେଲେ ବୋଝ ଉପରେ ନଳିତା ବିଡା ହେଉଛି ଆଜିକାଲି ପେଟ୍ରୋଲ୍‌‌ ପମ୍ପରେ ଉଚିତ୍‌‌ ମୂଲ୍ୟ ବଦଳରେ କମ୍‌‌ ପରିମାଣର ପେଟ୍ରୋଲ୍‌‌ ଦିଆଯିବା। ଜଣେ ବନ୍ଧୁଙ୍କୁ ୧୧୧ଟଙ୍କାର ତେଲ ପକାଇବାର ଦେଖିବାରୁ ପରିହାସ ପୂର୍ବକ ପ୍ରଶ୍ନ କଲି ଏହି ବାହାଘର ଭେଟି ପରି ଅଛିଣ୍ଡା ଗଣିତର ରହସ୍ୟ କ’ଣ, ତ ତାଙ୍କ ଉତ୍ତର ମଧ୍ୟ ତର୍କଯୁକ୍ତ ଥିଲା। “ଅଛିଣ୍ଡା ଅଙ୍କକୁ ପେଟ୍ରୋଲ୍‌‌ ପମ୍ପର ମିଟର ଠକି ପାରେନାହିଁ।” ଅବଶ୍ୟ ଏହା କେତେଦୂର ଯୁକ୍ତିଯୁକ୍ତ ଜଣା ନାହିଁ କିନ୍ତୁ ସାଧାରଣ ଜନତା ପେଟ୍ରୋଲ୍‌‌ ପମ୍ପର ଠକ ମିଟର ବିଷୟ ପ୍ରତି ସଚେତନ ଥବାର ଜ୍ଞାତ ହେଲା। ଅପିଂସ୍‌‌ ପହଞ୍ଚିବା ପରେ ଆମେ ନିଜର କାର୍ଯ୍ୟକୁ କେତେ ସମ୍ମାନର ସହ କରୁଛେ ତାହା ବ୍ୟକ୍ତିବିଶେଷ ଉପରେ ନିର୍ଭର କରେ। ପାଠକବୃନ୍ଦ ନିଶ୍ଚୟ ଏଥିପ୍ରତି ଯତ୍ନବାନ୍‌‌ ଥିବେ ବୋଲି ମୋର ବିଶ୍ୱାସ। କର୍ମଭୂମିରେ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ନ ଦେବା ଦିଗରେ ସର୍ବଦା ଯତ୍ନଶୀଳ ହେବା। ‘ଚୋର ମନ ଚୋର ଗଣ୍ଠିଲିରେ’ ପରି ଠକର ମନ ଅପିଂସ୍‌‌ ବ୍ୟବସ୍ଥାର ଦୁର୍ବଳତାଠାରେ, ଯାହାର ଫାଇଦା ନେଇ ବ୍ୟକ୍ତିଗତ ସ୍ୱାର୍ଥ ସେ ହାସଲ କରିଥାଏ। ତେଣୁ କର୍ତ୍ତୃପକ୍ଷ ଅପିଂସ୍‌‌ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ନାମୀଦାମୀ ରେଷ୍ଟ୍ୟୁରାଣ୍ଟ ଗୋଟିଏ ଗ୍ଳାସ୍‌‌ ପାଣିରେ ଦୁଇଟଙ୍କାର ଲେମ୍ୱୁରୁ ପାଂଳେ ଚିପୁଡି ପୁଦିନା ପତ୍ର ଯୋଡିଏ ବରପଂ ଖଣ୍ଡ ସହ ପକାଇ ଶହେ ଟଙ୍କାରେ ଲେମୋନଏଡ୍‌‌ ନାମରେ ଲେମ୍ୱୁ ପାଣି ବିକ୍ରି କରିବା ପରି ଷ୍ଟାର୍ଟଅପ୍‌‌ ବୁଦ୍ଧି ନ ଆସୁ ବୋଲି କାମନା। ପିଲାମାନଙ୍କ କଥା ପରେ ଏବେ ଆସିବା ବୋଉ ପାଖକୁ। ଏତେ ଔଷଧ ଖାଇକି ବି ତା’ଦେହ କାହିଁକି ଠିକ୍‌‌ ହେଉନି ! ଡାକ୍ତର କହୁଛନ୍ତି ଔଷଧ ଆଉ ବନ୍ଦ କରି ହେବ ନାହିଁ। ଗୋଟିଏ ଯୋଡିଏରୁ ଆରମ୍ଭ ହୋଇ ଦୁଇ ଅଙ୍କ ଛୁଇଁବାକୁ ବସିଲାଣି ତାର ବଟିକା ସଂଖ୍ୟା। ଭେଜାଲ୍‌‌ ଔଷଧର ବି ସମାନ୍ତର ବଜାର। ଅସଲି କଉଟା ନକଲି କଉଟା ଚିହ୍ନିବ ବି କେମିତି! ଘରର ସଦସ୍ୟଙ୍କ କଥା ବୁଝିବା ପରେ ନମ୍ୱର ଆସେ ଘର ଉପକରଣ ସବୁର। ଟିଭି, ପ୍ରିଂଜ୍‌‌, କଂପ୍ୟୁଟର୍‌‌, ୱାଶିଂ ମେସିନ୍‌‌, ଏସି, ମୋଟର ସାଇକଲ୍‌‌ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଭିତରୁ ପ୍ରତି ମାସରେ କିଏ ନା କିଏ ଅସୁସ୍ଥ ହୋଇ ରିପ୍ୟାରିଙ୍ଗ୍‌‌ ପିଛା ମୋଟା ଶୁଳ୍କ ଖର୍ଚ୍ଚ କରାଉ ଅଛି। ଆଉ ରିପ୍ୟାରିଙ୍ଗ୍‌‌ର ବିଲ୍‌‌ ଦେଖିଲେ “ଦିଲ୍ଲୀର ନାଗ ପ୍ରଭାବ” କାହାଣୀ ମନେ ପଡେ। ସଭ୍ୟତାର ଉନ୍ନତି ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟର ଭିତ୍ତିଭୂମି ସର୍ବଦା ସୁଦୃଢ ରହିବା ଆବଶ୍ୟକ। ଦୁର୍ଭାଗ୍ୟର କଥା ଆମ ଦେଶରେ ସର୍ବାଧିକ ଭ୍ରଷ୍ଟାଚାର ଏହି ଦୁଇ କ୍ଷେତ୍ରରେ। ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଆମ ଦେଶର ସାକ୍ଷରିକ ହାର ମାତ୍ର ୭୭ ଶତକଡା। ନିରୀହ ଜନତା ସର୍ବାଧିକ ଠକାମିର ଶିକାର ହୋଇଥାଏ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତା ପାଇଁ। ସେହିପରି ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ଠକର କାୟା ବିସ୍ତାରିତ। ସରକାରୀ ହସ୍ପିଟାଲ୍‌‌ରେ ପେସେଣ୍ଟ ମାନଙ୍କ ଅହେତୁକ ଲମ୍ୱା ଲାଇନ୍‌‌ର ଫାଇଦା ନେଇଥାନ୍ତି ଠକ ଏଜେଣ୍ଟମାନେ। ବିଭିନ୍ନ ବେସରକାରୀ ହସ୍ପିଟାଲ୍‌‌କୁ ସେମାନେ କମିସନ ବଦଳରେ ଯୋଗାଇଥାନ୍ତି ପେସେଣ୍ଟ। ଆବଶ୍ୟକ ନ ଥାଇ ମଧ୍ୟ ବଡ ବଡ ହସ୍ପିଟାଲ୍‌‌ ଅର୍ଥ ଲୋଭରେ ବିଭିନ୍ନ ପରୀକ୍ଷା କରିବା ତଥା ଅସ୍ତ୍ରୋପଚାର କରିବା ପରି ଘଟଣା ଗଣମାଧ୍ୟମରେ ସମ୍ପ୍ରତି ବେଶ୍‌‌ ଚର୍ଚ୍ଚିତ।

ଶ୍ରୀମଦ୍‌‌ ଭଗବଦ୍‌ ଗୀତାର ଷୋଡଶ ଅଧ୍ୟାୟର ଏକବିଂଶ ଶ୍ଳୋକରେ ଲେଖା ହୋଇଛି- “ତ୍ରୈବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ, କାମଃ କ୍ରୋଧସ୍ତଥା ଲୋଭସ୍ତସ୍ମାଦେତତ୍‌‌ ତ୍ରୟଂ ତ୍ୟଜେତ୍‌‌।” ଅର୍ଥାତ୍‌‌ କାମ, କ୍ରୋଧ ତଥା ଲୋଭ ହେଲେ ନର୍କର ତିନିପ୍ରକାର ଦ୍ୱାର ଯାହା ଆମର ଆତ୍ମାକୁ ଧ୍ୱଂସ କରିଥାଏ। ତେଣୁ କାମ, କ୍ରୋଧ ଓ ଲୋଭ ତ୍ୟାଗ କରିବା ଅନିବାର୍ଯ୍ୟ। ଆଉ ଠକର ବୀଜ ହେଲା ଲୋଭ ଏବଂ ଭୟ। ତେଣୁ ଲୋଭ ତ୍ୟାଗକଲେ ଠକାମିରୁ ଅନେକାଂଶରେ ବଞ୍ଚିପାରିବା। ଆଉ ଭୟ ଠାରୁ ବିଜୟ ପାଇବା ପାଇଁ ଜ୍ଞାନର ଅସ୍ତ୍ର ଆବଶ୍ୟକ ଏବଂ ଜ୍ଞାନ ପାଇଁ ଗୁରୁ ଆବଶ୍ୟକ। ସେ ଗୁରୁ କୌଣସି ପୁସ୍ତକ, କୌଣସି ବ୍ୟକ୍ତିବିଶେଷ ବା ପ୍ରକୃତି ବି ହୋଇପାରେ। ପ୍ରକୃତି କେବେ ଠକେ ନାହିଁ। ସୂର୍ଯ୍ୟ ନର୍ଦ୍ଦମା ପାଣିରୁ ହେଉ କି ସମୁଦ୍ରର ଲୁଣି ପାଣିରୁ ହେଉ କେବଳ ନିର୍ମଳ ଜଳକୁ ଶୋଷିଥାଏ। ଅନ୍ୟକୁ ନ ଠକିବା ତଥା ନିଜେ ଠକରେ ନ ପଡ଼ିବା ଆମର ମୌଳିକ ଶିକ୍ଷାର ଏକ ଅଂଶ ହେବା ଆବଶ୍ୟକ। ଆମେ ନିଜେ କେତେ ଠକରେ ପଡୁଛେ ତାହା ଆମେ ବିଶ୍ଳେଷଣ କରିଥାଉ। ହେଲେ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ଆମେ କାହାକୁ ଠକୁ ନାହାନ୍ତି ତ !

Comments are closed.