ଆର୍ଥିକ କାରବାରରେ ଭ୍ରମାତ୍ମକ ନିଷ୍ପତ୍ତି

ଅନନ୍ତ ଚରଣ ସ୍ବାଇଁ

ସଞ୍ଚୟ ଓ ନିବେଶକୁ ନେଇ ବାର୍ତ୍ତାଳାପରେ ବ୍ୟସ୍ତ ଥାଆନ୍ତି ଚାରିଜଣ ରେଳଯାତ୍ରୀ। ସେମାନଙ୍କ ମଧ୍ୟରେ ଥିବା ବ୍ୟାଙ୍କ କର୍ମଚାରୀ ଜଣଙ୍କ କହିଲେ, ‘ମୂଳଧନ ଦୁଇ ଗୁଣ ହେବାକୁ ବ୍ୟାଙ୍କରେ ଆଠ ବର୍ଷ ଲାଗୁଛି।’ ପୋଷ୍ଟ ଅଫିସରେ କାମକରୁଥିବା ଦ୍ବିତୀୟ ଯାତ୍ରୀ ଜଣଙ୍କ କହିଲେ ଯେ ପୋଷ୍ଟ ଅଫିସରେ ଜମାକାରୀଙ୍କ ପାଇଁ ଅନେକ ସୁବିଧା ଅଛି । ସୁଧ ହାର ବି ଅଧିକ। ଏଠାରେ ପୁଞ୍ଜି ମାତ୍ର ସାତ ବର୍ଷରେ ଦୁଇଗୁଣ ହୋଇଯାଏ। ସଙ୍ଗେ ସଙ୍ଗେ ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀର କାମ କରୁଥିବା ତୃତୀୟ ଯାତ୍ରୀ ଜଣଙ୍କ କହିବାକୁ ଆରମ୍ଭ କଲେ, ତାଙ୍କ ସଂସ୍ଥାରେ ସୁଧ ହାର ବ୍ୟାଙ୍କ ଓ ପୋଷ୍ଟ ଅଫିସଠାରୁ ଅଧିକ। ପାଞ୍ଚ ବର୍ଷରେ ମୂଳଧନ ଦୁଇଗୁଣ ହୋଇଯାଏ। ତିନି ଜଣଙ୍କଠାରୁ ଶୁଣି ସାରିବା ପରେ ଚତୁର୍ଥ ଯାତ୍ରୀ ଜଣଙ୍କ କହିଲେ, ମୁଁ ଜଣେ ସାଧାରଣ ଲୋକ। କିନ୍ତୁ ଗୋଟିଏ ଅଦ୍ଭୁତ ବିଦ୍ୟା ମୋତେ ଜଣା ଅଛି ଓ ଏହି ବିଦ୍ୟା ଦ୍ବାରା ମୂଳଧନକୁ ଦିନକରେ ମୁଁ ଦୁଇଗୁଣ କରି ପାରିବି । ଏ କଥା ଶୁଣି ଅନ୍ୟ ତିନି ଜଣ ଅବାକ୍‌ ହୋଇଗଲେ। କହିଲେ ଏହି ଅଦ୍ଭୁତ ବିଦ୍ୟା ବଳରେ ତମେ ଅନେକ ଧନ ଅର୍ଜନ କରିଥିବ? ସାଧାରଣ ଯାତ୍ରୀଙ୍କ ପରି ଟ୍ରେନରେ କାହିଁକି ଯାତ୍ରା କରୁଛ? ପ୍ରତିଉତ୍ତରରେ ସେ କହିଲେ, ‘ଏହି ବିଦ୍ୟାର ଏକ ବିଶେଷତ୍ବ ହେଲା ଯେ ନିଜର ପୁଞ୍ଜିକୁ ନିଜେ ଦୁଇ ଗୁଣ କରିପାରିବିନି। ଟଙ୍କା ଦୁଇଗୁଣ କରିବା ବାବଦରେ ମୋତେ ଦିନକୁ ଆଠ ଟଙ୍କା ପାରିଶ୍ରମିକ ମିଳିଥାଏ । ସେଥରେ ପରିବାର ଚଳାଏ ।’ ଏହା ଭିତରେ ଟ୍ରେନଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲା ଓ ଟ୍ରେନରୁ ଓହ୍ଲାଇଲା ବେଳେ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଅଦ୍ଭୁତ ଗୁଣଥିବା ସହଯାତ୍ରୀକୁ ସାତ ଟଙ୍କା ଦେଇ କହିଲେ, ‘ ବନ୍ଧୁ, ଏହି ଟଙ୍କାକୁ ଦୁଇଗୁଣ କରି ଚାଲିଥିବ। ମୁଁ କିଛିଦିନ ପରେ ଆସି ତମର ପାରିଶ୍ରମିକ ଦେଇ ବାକିଟଙ୍କା ନେଇଯିବି ।’

ଚାରିଦିନ ପରେ ବ୍ୟାଙ୍କ ବାବୁ ନିଜ ଟଙ୍କା ପାଇଁ ସେହି ଚତୁର୍ଥ ଯାତ୍ରୀଙ୍କ ପାଖରେ ପହଞ୍ଚିଲେ। ସେ ହିସାବ କଲେ, ପ୍ରଥମ ଦିନରେ ସାତ ଟଙ୍କା ଦୁଇଗୁଣା ହୋଇ ଚଉଦ ଟଙ୍କା ଏବଂ ଏହିପରି ଦ୍ବିତୀୟ ଦିନ ଅଠେଇଶ (୨୮) ଟଙ୍କା, ତୃତୀୟ ଦିନ ଛପନ ଓ ଚତୁର୍ଥ ଦିନରେ ହେଲା ଶହେବାର (୧୧୨)ଟଙ୍କା ଓ ଦିନକୁ ଆଠ ଟଙ୍କା ପାରିଶ୍ରମିକ ହିସାବରେ ଚାରି ଦିନର ପ୍ରାପ୍ୟ ୮x୪=୩୨ ଟଙ୍କା । ୧୧୨ ଟଙ୍କାରୁ ୩୨ ଟଙ୍କା ବାଦ ଦେବାପରେ ରହୁଛି (୧୧୨-୩୨) ୮୦ ଟଙ୍କା । ସେଦିନର କାରବାର ବାବଦକୁ ଅଶୀ ଟଙ୍କା ଦେବାକୁ ଚତୁର୍ଥ ଯାତ୍ରୀଙ୍କୁ କହିଲେ। ବ୍ୟାଙ୍କ ବାବୁଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ସେ ଚତୁର ବ୍ୟକ୍ତି ଜଣଙ୍କ କହିଲେ, “ ଆପଣଙ୍କର ମୋଠାରୁ କିଛି ପାଇବାର ନାହିଁ।” ଏ କଥା ଶୁଣି ବ୍ୟାଙ୍କ ବାବୁ ରାଗି କରି କହିଲେ “ ତମେ ମୋତେ ଠକିଛ। ଟଙ୍କା ଦୁଇଗୁଣ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇଛ । ତମ ବିରୁଦ୍ଧରେ ମୁଁ କୋର୍ଟରେ ମକଦ୍ଦମା କରିବି ।” ବ୍ୟାଙ୍କ ବାବୁଙ୍କ କଥାକୁ ତିଳେ ମାତ୍ର ଭ୍ରୂକ୍ଷେପ ନକରି ସେ ଚତୁର ବ୍ୟକ୍ତି ଜଣଙ୍କ କହିଲେ,” ମୁଁ କାହାରିକୁ ଠକି ନାହିଁ କି ଟଙ୍କା ଦୁଇଗୁଣ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇନାହିଁ । ଏବେ ଆପଣଙ୍କ ଯାହା ଇଚ୍ଛା ତାହା କରନ୍ତୁ।”

ଏହା ପରେ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଚତୁର୍ଥ ଯାତ୍ରୀଙ୍କ ବିରୁଦ୍ଧରେ ଅଦାଲତରେ ମକଦ୍ଦମାଟିଏ କଲେ । ବିଚାରପତି ପଚାରିଲେ, ‘ତମେ ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁଛ । ଏଥିପାଇଁ କଠୋର ଦଣ୍ତ ଭୋଗିବାକୁ ପଡିବ।’ ହାତ ଯୋଡି ଚତୁର ଯାତ୍ରୀ ଜଣଙ୍କ କହିଲା, ‘ହଜୁର! ମୁଁ କେବେ ମିଛ କଥା କହି କାହାରିକୁ ଠକି ନାହିଁ । ଯାହା କହିଥାଏ ତାହା ଅକ୍ଷରେ ଅକ୍ଷରେ ପାଳନ କରେ।’ ବିଚାରପତି ତାକୁ ପ୍ରଶ୍ନ କଲେ, ‘ତେବେ ମୁଦାଲାଙ୍କର ପ୍ରାପ୍ୟ ଅଶୀ ଟଙ୍କା ତାଙ୍କୁ ଫେରାଇ ଦିଅ ।’ ଚତୁର ଲୋକଟି କହିଲା, “ହଜୁର! ମୁଁ ନେଇ ଥିବା ସାତ ଟଙ୍କାକୁ ପ୍ରଥମ ଦିନ ଦୁଇଗଣ କରିବାରୁ ହେଲା ୧୪ ଟଙ୍କା। ସେଥିରୁ ମୋ ପ୍ରାପ୍ୟ ୮ ଟଙ୍କା ରଖିଲି। ବାକି ରହିଗଲା ୧୪-୮=୬ ଟଙ୍କା। ଏହାକୁ ଦ୍ବିତୀୟ ଦିନ ଦୁଇଗୁଣ କରି ପାଇଲି ୧୨ଟଙ୍କା ଏବଂ ସେଥିରୁ ମୋ ମୂଲ ବାବଦକୁ ୮ଟଙ୍କା ନେବା ପରେ ବାକି ରହିଲା ୧୨-୮ = ୪ ଟଙ୍କା। ତୃତୀୟ ଦିନ ୪ ଟଙ୍କାକୁ ଦିଗୁଣ କରି ପାଇଲି ୮ ଟଙ୍କା ଏହା ମୋର ପ୍ରାପ୍ୟ ବାବଦକୁ ସରିଗଲା। ଚତୁର୍ଥ ଦିନକୁ ଦୁଇଗୁଣ କରିବା ପାଇଁ ମୋ ପାଖରେ କିଛି ରହିଲା ନାହିଁ। ହଜୁର! ମୁଁ ଆଗରୁ କହି ରଖିଛି ଯେ ମୁଁ ମୋର ନିଜ ଟଙ୍କାକୁ ଦୁଇଗୁଣ କରିପାରେ ନାହିଁ। ଏ ଦୃଷ୍ଟିରୁ ଦେଖିଲେ ଦେଇଥିବା ୭ ଟଙ୍କାକୁ ମୁଁ କହିବା ଅନୁସାରେ ପ୍ରତିଦିନ ଦୁଇଗୁଣ କରିଛି। ସେଥିରୁ ମୋ ପ୍ରାପ୍ୟ ନେବା ପରେ ତୃତୀୟ ଦିନରେ ସମସ୍ତ ଟଙ୍କା ସରିଯାଇଛି। ଏପରି ଯୁକ୍ତି ଶୁଣିବା ପରେ ସମସ୍ତେ ଅବାକ୍‌ ହୋଇଗଲେ। ଚତୁର ଲୋକର ବୟାନ ହୁଏତ ତା ନିଜ ଦୃଷ୍ଟିରେ ଯଥାର୍ଥ ହୋଇପାରେ କିନ୍ତୁ ସାଧାରଣରେ ଗ୍ରହଣୀୟ ନୁହେଁ ।

prayash

ଅନେକ ସମୟରେ ସାଧାରଣ ବ୍ୟକ୍ତି ବିତ୍ତୀୟ ନିଷ୍ପତ୍ତି ନେବାରେ ଭୁଲ କରି ଥାଆନ୍ତି। କ୍ରେତା ହେଉ ବା ବିକ୍ରେତା, ସାକ୍ଷର ହେଉ ବା ନିରକ୍ଷର, ଜ୍ଞାନୀ ହେଉ ବା ଅଜ୍ଞାନ କେହି କେବେ ଠକାମିର ଶିକାର ହେବାକୁ ଚାହାନ୍ତି ନାହିଁ। ଠକଙ୍କଠାରୁ ଦୂରରେ ରହିବାକୁ ଯଥାସାଧ୍ୟ ଚେଷ୍ଟାକରନ୍ତି। ଏହା ସ​‌େ​‌ତ୍ତ୍ବ ଅନେକ ସମୟରେ ଏମାନେ ଠକାମିରେ ପଡିଯାଆନ୍ତି। ବିଭ୍ରାନ୍ତିକର ବିଜ୍ଞାପନର ପ୍ରଲୋଭନ କିମ୍ବା ଅର୍ଥ ଲଗାଣକାରୀ ସଂସ୍ଥାରେ କିଣାବିକା କରୁଥିବା କର୍ମଚାରୀଙ୍କ ମଧୁର ବାର୍ତ୍ତାଳାପରେ ପ୍ରଲୋଭିତ ହୋଇ, ନିଅନ୍ତି ଭୁଲ ନିଷ୍ପତ୍ତି ଓ ଅପ ବିକ୍ରୟ (Mis selling) ର ଶିକାର ହୋଇ ଅର୍ଜିତ ଧନକୁ ହରାଇ ଥାଆନ୍ତି ।

ମଞ୍ଜିଟିଏ ମାଟିରେ ରୋପଣ କଲେ ରାତାରାତି ଏହା ଦ୍ରୁମରେ ପରିଣତ ହୋଇ ଫୁଲ ଫଳ ଦେବ ନାହିଁ। ମନଲାଖି ଫୁଲ ଫଳ ପାଇବା ପାଇଁ ଉର୍ବର ମାଟି, ଉନ୍ନତ ମଞ୍ଜି (ବିହନ) ଓ ଉତ୍କୃଷ୍ଟ ଯନ୍ନ ସହ ନିର୍ଦିଷ୍ଟ ସମୟର ଆବଶ୍ୟକତା ଅଛି। ସେହିପରି ନିଜର ଧନ ବୃଦ୍ଧି ପାଇଁ ସଞ୍ଚୟ ଓ ନିବେଶ ସମ୍ବନ୍ଧିତ ଆର୍ଥିକ ଜ୍ଞାନ, ଆର୍ଥିକ ଶୃଙ୍ଖଳା ଭଳି କେତୋଟି ବିଷୟରେ ସମ୍ୟକ ଜ୍ଞାନ ସହ ଧୈର୍ଯ୍ୟ ଦରକାର। ଧନର ହଠାତ ଅହେତୁକ ବୃଦ୍ଧି ହୋଇନଥାଏ ଏଥିପାଇଁ ସମୟ ଦରକାର।

କେତୋଟି ସରଳ ସୂତ୍ର ବିତ୍ତୀୟ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ। ସେଥିମଧ୍ୟରେ ମୁଖ୍ୟ ହେଲା ସୂତ୍ର ୭୨। ଏହାଦ୍ବାରା ମୂଳଧନ ଦୁଇଗୁଣ ହେବାର ସମୟ ଜଣାପଡେ। ବାର୍ଷିକ ସୁଧ ହାରକୁ ୭୨ରେ ଭାଗ କଲେ ଯାହା ଭାଗଫଳ ମିଳେ, ସେତିକି ବର୍ଷ ମୂଳଧନ ଦୁଇଗୁଣ ହେବାକୁ ଲାଗିଥାଏ। ଉଦାହରଣସ୍ବରୂପ, ବାର୍ଷିକ ସୁଧ ହାର ୯% ରେ ମୂଳଧନ ଦୁଇଗୁଣା ହେବାକୁ ୭୨/୯=୮ ବର୍ଷ ଲାଗିବ।

kalyan agarbati

Comments are closed.