BJD Bijuli 480×75 Mob

ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କଙ୍କୁ ୨୪ବର୍ଷ ଜେଲ୍‌

BJD Bijuli 480×75 Mob
0

ସିଓଲ : ଦକ୍ଷିଣ କୋରିଆର କନ୍ୟା ଭାବେ ପରିଚିତ ପ୍ରଥମ ମହିଳା ରାଷ୍ଟ୍ରପତି ପାର୍କ ଗ୍ୟୁନ୍‌ ହାଇଙ୍କୁ ଦୁର୍ନୀତି ଓ ଅପରାଧିକ କାର୍ଯ୍ୟ ଅଭିଯୋଗରେ ୨୪ବର୍ଷ କାରାଦଣ୍ଡାଦେଶ ହୋଇଛି। ଏଥିସହିତ ଏହି ୬୬ବର୍ଷୀୟା ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୮ବିଲିୟନ ଓନ୍‌(ଦକ୍ଷିଣ କୋରିଆ ମୁଦ୍ରା) ଜୋରିମାନା ହୋଇଛି। ତାଙ୍କ ବିରୋଧରେ ଗତ ୧୦ମାସ ଧରି ବିଚାର ଚାଲିବା ପରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ରାୟ ପ୍ରକାଶ ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ବିଚାର ପ୍ରକ୍ରିୟାକୁ ଅଧିକାଂଶ ସମୟ ପାର୍କ ପ୍ରତିବାଦ ସୂଚକ ବର୍ଜନ କରୁଥିଲେ। ପାର୍କ କ୍ଷମତାର ଅପବ୍ୟବହାର ପୂର୍ବକ ତାଙ୍କର ବାନ୍ଧବୀ ଚୋଇ ସୁନ୍‌ ସିଲ୍‌ଙ୍କୁ ୨୧.୭ନିୟୁତ ଆମେରିକୀୟ ଡଲାର ମୂଲ୍ୟର ବେଆଇନ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା। ପାର୍କ ହେଉଛନ୍ତି ଦେଶର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ପାର୍କ ଚୁଙ୍ଗ୍‌ ହି’ଙ୍କ କନ୍ୟା। ଚୁଙ୍ଗ୍‌ଙ୍କୁ ୧୯୯୪ରେ ହତ୍ୟା କରାଯିବା ପରେ ପାର୍କ ୨୦୧୩ରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଗଣତାନ୍ତ୍ରିକ ଉପାୟରେ ରାଷ୍ଟ୍ରପତି ନିର୍ବାଚିତ ହୋଇ କ୍ଷମତାଚ୍ୟୁତ ହେବାରେ ସେ ଦେଶର ପ୍ରଥମ ମହିଳା ଥିଲେ। ବାନ୍ଧବୀଙ୍କୁ ଅନୁଚିତ ଅନୁଗ୍ରହ ନେଇ ଦେଶରେ ବ୍ୟାପକ ଆନ୍ଦୋଳନ ମୁଣ୍ଡ ଟେକିଥିଲା। କ୍ଷମତାରେ ୪ବର୍ଷ ଶେଷ ହେବା ପୂର୍ବରୁ ତାଙ୍କୁ ମହାଭିଯୋଗ ପ୍ରସ୍ତାବରେ ବିତାଡ଼ିତ କରାଯାଇଥିଲା। ଚୁନ୍‌ ଡୁ ହ୍ୱାନ୍‌, ରୋ ଟାଏ ଉ’ଙ୍କ ପରେ ପାର୍କ ହେଉଛନ୍ତି ତୃତୀୟ ପୂର୍ବତନ ରାଷ୍ଟ୍ରମୁଖ୍ୟ; ଯାହାଙ୍କୁ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପୂର୍ବ ଦୁଇ ନେତାଙ୍କୁ ୧୯୯୦ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Leave A Reply