ସାଉଦୀ ରାଜକୁମାରୀଙ୍କ ଫଟୋ ପ୍ରକାଶ କରି ଭୋଗ୍‍ ପତ୍ରିକା ନିନ୍ଦିତ

0

ରିଆଦ : ‘ଭୋଗ୍‍ ଆରବିଆ’ ପତ୍ରିକା ଏହାର ଜୁନ୍‍ ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସାଉଦି ଆରବର ରାଜକୁମାରୀ ହାୟଫା ବିଣ୍ଟ ଅବ୍‍ଦୁଲ୍ଲା ଅଲ୍‍ ସାଉଦ୍‍ଙ୍କ ଫଟୋଚିତ୍ର ପ୍ରକାଶ କରି ନିନ୍ଦିତ ହୋଇଛି। ଦେଶର ୧୨ ଜଣ ମହିଳା ଅଧିକାର କର୍ମୀ ଗିରଫ ହେବା ପରେ ପତ୍ରିକା ପକ୍ଷରୁ ବୁଧବାର ସାମାଜିକ ଗଣମାଧ୍ୟମରେ ଏହି ପ୍ରଚ୍ଛଦପୃଷ୍ଠାର ଫଟୋଚିତ୍ର ପ୍ରକାଶ ପାଇଥିଲା। ପୂର୍ବତନ ରାଜା ଅବ୍‍ଦୁଲ୍ଲାଙ୍କ କନ୍ୟା ହାୟଫାଙ୍କୁ ଏହି ଫଟୋରେ ଏକ ମର୍ସିଡିଜ୍‍ କାର୍‍ରେ ବସିଥିବାର ଦେଖିବାକୁ ମିଳିଛି। ଫଟୋଟିର ତଳଆଡକୁ ‘ଡ୍ରାଇଭିଂ ଫୋର୍ସ’ ବୋଲି ଉଲ୍ଲେଖ କରାଯାଇଛି। ସାଉଦି ଆରବର କିଛି ରକ୍ଷଣଶୀଳ ଲୋକ ପରିବର୍ତ୍ତନକୁ ସ୍ୱୀକାର କରିବାକୁ ଡରୁଛନ୍ତି, କିନ୍ତୁ ସେ ଏଭଳି ପରିବର୍ତ୍ତନକୁ ଉତ୍ସୁକତାର ସହିତ ସମର୍ଥନ କରନ୍ତି ବୋଲି ହାୟଫା କହିଥିବା ପତ୍ରିକାରେ ଉଲ୍ଲେଖ କରାଯାଇଛି। ଏହି ଫଟୋଚିତ୍ରକୁ ନେଇ ଦେଶରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରକ୍ଷଣଶୀଳ ଦେଶରେ ମହିଳାମାନେ ଗାଡି ଚଳାଇବା ନେଇ କଟକଣା ଉଠାଇ ଦିଆଯାଇଥିବା ବେଳେ ଅନ୍ୟପଟେ ଧାର୍ମିକ ଏବଂ ରାଷ୍ଟ୍ରୀୟ ସୀମା ଉଲ୍ଲଙ୍ଘନ ଅଭିଯୋଗରେ ୧୨ ଜଣ ମହିଳା ଅଧିକାର କର୍ମୀଙ୍କୁ ଗିରଫ କରାଯାଇଥିବା ଅସନ୍ତୋଷ ଲୋକେ ଟ୍ୱିଟର୍‍ରେ ଦର୍ଶାଇଛନ୍ତି।

Leave A Reply