ଜାଣନ୍ତୁ ସଙ୍ଗୀତର କରାମତି ବିଷୟରେ….

0

ଶ୍ରୁତିମଧୁର ସଙ୍ଗୀତ ଶୁଣିବାକୁ ଅବା କାହାକୁ ଭଲ ନଲାଗେ? ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସଙ୍ଗୀତର ତାଳ, ଲୟ ଜାଣିନଥିବା ସତ୍ତ୍ବେ ୯୨%ଲୋକେ ଗୁଣୁଗୁଣୁ ହୋଇ ଗୀତ ଗାଇଥାନ୍ତି। ମାତ୍ର ୨%ଲୋକେ ହିଁ ଗୀତ ଗାଇବାକୁ ଉଚିତ୍ ମଣନ୍ତିନାହିଁ। କାରଣ ଏମାନଙ୍କ ଶରୀରର ଗଠନ ହିଁ ସେହିପରି ବୋଲି ବିଶେଷଜ୍ଞଙ୍କ ମତ ।

ଗୀତିକାର ହେଉ ବା ଗାୟକ, ଏମାନଙ୍କର ସବୁଠୁ ଉତ୍ତମ ଗୁଣ ହେଲା ଏହି ବର୍ଗର ଲୋକେ କୌଣସି କଥା ପାଇଁ ଏତେଟା ବିବ୍ରତ ହୁଅନ୍ତିନାହିଁ।

ସୁମଧୁର ସଙ୍ଗୀତଟିଏ ଶୁଣିଲେ ଆମ ମସ୍ତିଷ୍କରୁ ଡୋପାମାଇନ୍ ନାମକ ରାସାୟନିକ ତତ୍ତ୍ବ ନିର୍ଗତ ହୋଇଥାଏ। ଏହି ତତ୍ତ୍ବ କାରଣରୁ ଅନେକ ସମୟରେ ମନୁଷ୍ୟ ଗୀତ ଶୁଣିବାବେଳେ ହିଁ କାନ୍ଦିପକାଏ।

ଗୀତ ନିୟମିତ ଶୁଣିଲେ ତାହା ମସ୍ତିଷ୍କକୁ କାର୍ୟ୍ୟକ୍ଷମ କରେ। ଜାପାନର ବିଶେଷଜ୍ଞଦଳ ୨ଲକ୍ଷ ଲୋକଙ୍କ ଉପରେ ପରୀକ୍ଷା କରି ଏହି ତଥ୍ୟକୁ ପ୍ରମାଣିତ କରିଥିଲେ।

ଯେପରି କିଛି ଖାଇଲେ ତାହାର ସ୍ବାଦ ଆମ ଜିଭ ଜାଣିପାରେ, ଠିକ୍ ସେହିପରି ମନପସନ୍ଦର ଗୀତଟିଏ ଶୁଣିଲେ ହିଁ ଜଣେ ବ୍ୟକ୍ତି ଉଲ୍ଲସିତ ହୋଇଉଠେ।

ବ୍ୟାୟାମ କରିବା ସମୟରେ ଗୀତ ଶୁଣିବାର ଅଭ୍ୟାସ ରଖୁଥିବା ବ୍ୟକ୍ତିମାନେ ଅଧିକ ସମୟ ବ୍ୟାୟାମ କରୁଥିବାର ଦେଖାଯାଇଛି।

ହୃତ୍ ସ୍ପନ୍ଦନର ଗତି ମଧ୍ୟ ଭିନ୍ନଭିନ୍ନ ପ୍ରକାର ଗୀତର ତାଳରେ ପରିବର୍ତ୍ତିତ ହେଉଥିବାର ପରୀକ୍ଷାରୁ ଜଣାପଡ଼ିଛି।

ପାର୍କିନସନ୍ ରୋଗୀଙ୍କ ନିମନ୍ତେ ସଙ୍ଗୀତ ହେଉଛି ଶ୍ରେଷ୍ଠ ଉପଚାର। ସଂଖ୍ୟାଧିକ ରୋଗୀ ଏହି ମହୌଷଧିରେ ଆରୋଗ୍ୟ ହୋଇଥିବାର ପ୍ରକାଶିତ।

ଗାୟକ ବର୍ଗର ଲୋକଙ୍କ ସ୍ମୃତିଶକ୍ତି ପ୍ରଖର। ୮୦ ବର୍ଷରେ ପହଞ୍ଚିବା ପରେ ମଧ୍ୟ ଏମାନଙ୍କ ସ୍ମୃତି ଶକ୍ତି ଆଦୌ ପ୍ରଭାବିତ ହୋଇନଥାଏ।

ମନ ଖୁସି ରଖିବାକୁ ରୀତିମତ ସଙ୍ଗୀତ ଶୁଣିବା ସବୁଠୁ ଉତ୍ତମ ଉପଚାର ବୋଲି ବିଶେଷଜ୍ଞଙ୍କ ମତ ।

Leave A Reply