୩ ସେବା-ସମବାୟ ସମିତି ସଭାପତି ନିର୍ବାଚନ: ସଲିଲ, ସନାତନ, ଲକ୍ଷ୍ମଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡାଠାରେ ଥିବା ସେବା-ସମବାୟ ସମିତିର ସଭାପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଦିବସରେ ସଲିଲ ନାଏକ ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସଲିଲ ବିନା ପ୍ରତିଦ୍ୱନ୍ଦିତାରେ ଲଇଡା ସେବା-ସମାବୟ ସମିତିର ସଭାପତି ରୂପେ ନିର୍ବାଚିତ ହୋଇଥିବାର ଜଣାପଡ଼ିଛି।

prayash

ସୂଚିତ ଯେ, ୧୦ ଜଣ ବୋର୍ଡ ଡାଇରେକ୍ଟର ମଧ୍ୟରୁ ସଲିଲଙ୍କୁ ୭ଜଣ ଡାଇରେକ୍ଟର ସମର୍ଥନ କରିଥିଲେ। ଆଜି ସଲିଲ ତାଙ୍କ ସମର୍ଥକ ଏବଂ ପ୍ରସ୍ତାବକ ଓ ଶୁଭେଚ୍ଛୁମାନଙ୍କ ଗହଣ ରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଥିବା ବେଳେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଆଉ କୌଣସି ପ୍ରର୍ଥୀ ନାମାଙ୍କନପତ୍ର ଦାଖଲ କରି ନଥିଲେ। ଫଳରେ ସଲିଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା। ଠିକ୍‍ ସେହିପରି କତରବଗା ସେବା ସେବା-ସମବାୟ ସମିତିର ସଭାପତି ପଦ ପାଇଁ ଲକ୍ଷ୍ମଣ ଖମାରି ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଶ୍ରୀ ଖମାରି ମଧ୍ୟ ନିର୍ଦ୍ବନ୍ଦ୍ବରେ କତରବଗା ସେବା-ସମବାୟ ସମିତିର ସଭାପତି ରୂପେ ନିର୍ବାଚିତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି। ଏହାବ୍ୟତୀତ ବ୍ଲକର ଟାମ୍ପରକେଲାଠାରେ ଥିବା ସେବା-ସମାବୟ ସମିତିର ସଭାପତି ରୂପେ ସନାତନ ସାହୁ ନିଦ୍ୱର୍ନ୍ଦ୍ବରେ ନିର୍ବଚିତ ହୋଇଥିବା ଜଣାପଡ଼ିଛି। ସନାତନ ସାହୁଙ୍କ ପଛରେ ୧୦ଜଣ ବୋର୍ଡ ଡାଇରେକ୍ଟରଙ୍କ ସମର୍ଥନ ରହିଥିଲା।

kalyan agarbati

Comments are closed.