ଭତ୍ତା ସମସ୍ୟାର ସମାଧ।।ନ ପାଇଁ ହିତାଧିକାରୀଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା

ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନର ସମ୍ମନ୍ୱୟ ବୈଠକ

ହରଭଙ୍ଗା : ସଂସ୍କୃତି, ପର୍ଯ୍ୟଟନ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଶନିବାର ହରଭଙ୍ଗା ବ୍ଲକ ବନ୍ଧାପଦର ପଞ୍ଚାୟତ ସଦର ମହକୁମା ଏବଂ ବାମଣ୍ଡା ପଞ୍ଚାୟତ ଟାଙ୍ଗରପାଲି ଗ୍ରାମ ପରିଦର୍ଶନ କରିଛନ୍ତି। ସରକାରଙ୍କ ପକ୍ଷରୁ ବିଧବା, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ହିତାଧିକାରୀଙ୍କୁ ଭତ୍ତାଟଙ୍କା ସିଧାସଳଖ ଜମାଖାତାରେ  ସଠିକ ଭାବେ ଜମା ଟଙ୍କା ପହଞ୍ଚି ପାରୁଛି କି ନାହିଁ, ମନ୍ତ୍ରୀ ତଦାରଖ କରିଥିଲେ।ଏହା ସହ ହିତାଧିକାରୀ କେୱାସି, ବ୍ୟାଙ୍କ ଜମାଖାତାର ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ଏହାର ସମାଧନ ଏବଂ ଭିନ୍ନକ୍ଷମ,ବୃଦ୍ଧ, ବୃଦ୍ଧା, ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ମନ୍ତ୍ରୀ ହିତାଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ପରିଦର୍ଶନରେ ମନ୍ତ୍ରୀଙ୍କ ସହ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞନ ସାହୁ,ଏଡିଏମ ଦାରିଦ୍ର ଭଞନ ଏମଏମ ପାତ୍ର, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ, ଡିଏସଏସଓ ସୁଧାଂଶୁ ପୁଜାରୀ, ବିଏସଏସଓ ସୁନୀଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.