ଙ୍ଘୁଙ୍ଗୁଡି ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ
ଶ୍ବାସକ୍ରିୟାରେ ଅସୁବିଧା ହେଲେ କିମ୍ବା ସର୍ବଦା ଗୋଟିଏ ମୁଦ୍ରାରେ ଶୋଇବା ଦ୍ବାରା ମଣିଷ ଙ୍ଘୁଙ୍ଗୁଡି ମାରେ । ଥଣ୍ଡା ଓ ଅଧିକ ମୋଟା ହୋଇଥିବା ଲୋକେ ଙ୍ଘୁଙ୍ଗୁଡି ମାରନ୍ତି । ଧୂମ୍ରପାନ କରୁଥିବା ବ୍ୟକ୍ତି ଅଧିକ ଙ୍ଘୁଙ୍ଗୁଡି ମାରନ୍ତି । ଗଳାରେ ସମସ୍ୟା ଥିବା ବ୍ୟକ୍ତିମାନେ ଙ୍ଘୁଙ୍ଗୁଡି ମାରନ୍ତି । ଇଏ ତ ଥିଲା ଙ୍ଘୁଙ୍ଗୁଡି ମାରିବାର କାରଣ । ତେବେ ଏବେ ଚାଲନ୍ତୁ ଜାଣିବା ଙ୍ଘୁଙ୍ଗୁଡି ମାରିବା ବନ୍ଦ କରିବାର ଘରୋଇ ଉପଚାର ।
ଶୋଇଲା ବେଳେ ଗୋଟିଏ ମୁଦ୍ରାରେ ନ ଶୋଇ କଡ ବଦଳାଇଲେ ଆପଣଙ୍କ ଙ୍ଘୁଙ୍ଗୁଡି ଦୋଷ ଦୂର ହୋଇଥାଏ ।
ଶୋଇଲା ପୂର୍ବରୁ ଉଷୁମ ପାଣି ପିଇ ଶୋଇଲେ ଙ୍ଘୁଙ୍ଗୁଡି ମାରିବେ ନାହିଁ ।
କ୍ଷୀରରେ ହଳଦୀ ମିଶାଇ ପିଇଲେ ମଧ୍ୟ ଆପଣ ଙ୍ଘୁଙ୍ଗୁଡି ମାରିବେ ନାହିଁ । ଏହା ଦ୍ବାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ।
ଦୁଇଟି ଗୁଜୁରାତି ଖାଇ ଉଷୁମ ପାଣି ପିଇକି ଶୋଇଲେ ମଧ୍ୟ ଙ୍ଘୁଙ୍ଗୁଡି ଦୋଷ ଦୂର ହେବ ।
ଶୋଇଲା ପୂର୍ବରୁ ଏକ ଚାମଚ ମହୁ ଖାଇଲେ ମଧ୍ୟ ଙ୍ଘୁଙ୍ଗୁଡି ଦୋଷ ଦୂର ହୁଏ ।
ଯଦି ତଣ୍ଟିରେ ସମସ୍ୟା ଥାଏ ତେବେ ଉଷୁମ ପାଣିରେ ଲୁଣ ପକାଇ ଗଳଗଳ କରନ୍ତୁ । ଏପରି କରିବା ଦ୍ବାରା ଙ୍ଘୁଙ୍ଗୁଡି ଦୋଷ ଦୂର ହୁଏ ।