www.samajalive.in
Monday, December 15, 2025
24.1 C
Bhubaneswar

ପ୍ରବଳ ବର୍ଷା ନେଇ ଗଣଶିକ୍ଷା ବିଭାଗର ପ୍ରସ୍ତୁତି

ଭୁବନେଶ୍ବର : ସମ୍ଭାବ୍ୟ ଳଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରବଳ ବର୍ଷାଜନିତ ସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖାଯାଇଛି। ପ୍ରଭାବିତ ଜିଲାରେ ଥିବା ବିଦ୍ୟାଳୟ କୋଠା ଜିଲା ପ୍ରଶାସନର ଆବଶ୍ୟକତା‌ ଅନୁସାରେ ଉପଲବ୍ଧ କରିବାକୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ଜିଲା ପ୍ରଶାସନ ଦ୍ବାରା ମଧ୍ୟାହ୍ନ ଭୋଜନ ଖାଦ୍ୟ ବ୍ୟବହାର ନିମନ୍ତେ ପ୍ରଧାନଶିକ୍ଷକ ଅନୁମତି ଦେଇପାରିବେ। ଏଥିସହ ବିଦ୍ୟାଳୟ କୋଠାକୁ ଆଶ୍ରୟ ଏବଂ ରିଲିଫ୍ ବଣ୍ଟନ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ସେ ଅନୁମତି ଦେବେ। ଏଥିନିମନ୍ତେ କୌଣସି ସହାୟତାର ଆବଶ୍ୟକତା ଥିଲେ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶକ, ଏସଏନଓ, ଏମଡିଏମ (ପିଏମ୍‌ ପୋଷଣ)ଙ୍କ ସହ ପ୍ରଧାନଶିକ୍ଷକ ଯୋଗାଯୋଗ କରିପାରିବେ। ବର୍ଷା ଯୋଗୁଁ ଯେପରି କୌଣସି ସରକାରୀ କାଗଜପତ୍ର ନଷ୍ଟ ନ ହୁଏ ତାହା ଡିଇଓ, ଡିପିସି ଏବଂ ବିଇଓ ସୁନିଶ୍ଚିତ କରିବା ସହ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବେ। ଏଗୁଡ଼ିକୁ ଏକତ୍ରିତ କରି ଡିଇଓ ଏହାକୁ ସମ୍ପୃକ୍ତ ବିଭାଗର ନିର୍ଦେଶକଙ୍କ ନିକଟକୁ ପଠାଇବେ। ବିଭାଗୀୟ କାର୍ଯ୍ୟ ପାଇଁ ଜିଲାରେ ଡିଇଓ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସେମାନେ ଜିଲା ପ୍ରଶାସନ ସହ ସମନ୍ବୟ ରଖି ସହଯୋଗ କରିବେ। ଜିଲାପାଳଙ୍କ ବିନା ଅନୁମତିରେ ଡିଇଓ, ଡିପିସି ଏବଂ ବିଇଓ ମୁଖ୍ୟାଳୟ ଛାଡ଼ିପାରିବେନି ବୋଲି ଏଥିରେ କୁହାଯାଇଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories