ଠିକ୍‌ରେ ନ ଶୋଇଲେ ହେବ ହୃଦଘାତ, ଆସିପାରେ ମୃତ୍ୟୁ

0

ପିଲାଠାରୁବୟସ୍କ, ସମସ୍ତେ ପର୍ଯ୍ୟାପ୍ତ ପରିମାଣର ଶୋଇବା ଏକାନ୍ତ ଆବଶ୍ୟକ। ନଚେତ୍ ଏହା କାରଣରୁ ହୃଦଘାତ ହେବାର ଆଶଙ୍କା ସବୁଠୁ ଅଧିକ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଆଜିର ଧାଁ ଧଉଡ଼ ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗର ଲୋକେ ଶୋଇବାକୁ ସେତେଟା ପ୍ରାଧାନ୍ୟ ଦେଉନାହାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ଚୀନ୍‌ରେ ଲୋକସଂଖ୍ୟା ବଢ଼ିବା କାରଣରୁ ଲୋକଙ୍କ ମଧ୍ୟରେ କଡ଼ା ବ୍ୟବସାୟ ନିମନ୍ତେ ମୁକାବିଲା । ସେଠାକାର ହୋଟେଲ-ରେସ୍ତୋରାଁ କର୍ମଚାରୀମାନେ ୨୪ ଘଣ୍ଟାରେ ୫ ଘଣ୍ଟା ଶୋଇବା ସବୁଠୁ ବଡ଼ କଥା। କାରଣ ସଂଖ୍ୟାଧିକ ଜନସଂଖ୍ୟା ବିଶିଷ୍ଟ ଏଇ ରାଷ୍ଟ୍ରରେ ଛତୁ ଫୁଟିଲା ଭଳି ରେସ୍ତୋରାଁ ଅଛି। ପ୍ରତି ଗଳିରେ ୫୦-୬୦ ରେସ୍ତୋରାଁ । ବ୍ୟବସାୟ କାହାର ଭଲ ହେବ, ଏଇ ଚିନ୍ତାରେ ସମସ୍ତେ ଦିନରାତି କାମରେ ଲାଗିଥାନ୍ତି । କେତୋଟି ରେସ୍ତୋରାଁ ମାଲିକ ଗ୍ରାହକଙ୍କ ସଂଖ୍ୟା ନେଇ କର୍ମଚାରୀଙ୍କୁ ଦୈନିକ ହିସାବରେ ବର୍ଦ୍ଧିତ ପାଉଣା ଯୋଗାଇ ଦିଅନ୍ତି ।କର୍ମଚାରୀ ମଧ୍ୟ ଅର୍ଥର ଲୋଭରେ ନିଜ ଜୀବନକୁ ପଛରେ ପକାଇଥାଏ। ଚଳିତ ବର୍ଷ ଜାନୁଆରୀ-ଏପ୍ରିଲ୍ ମଧ୍ୟରେ ଚୀନ୍‌ର ଦକ୍ଷିଣ ପ୍ରାନ୍ତରେ ୭୭ଜଣ ରେସ୍ତୋରାଁ କର୍ମଚାରୀ ଅକାଳରେ ପ୍ରାଣ ହରାଇଛନ୍ତି। ଏତି ସଂଖ୍ୟାର ମୃତ୍ୟୁ ପରେ ସ୍ଥାନୀୟ ଏକ ଏନଜିଓ ଏହା ପଛର ରହସ୍ୟ ସନ୍ଧାନ କରିଥିଲା। ବିଶେଷଜ୍ଞ ଦଳଙ୍କ ସହାୟତାରେ ଜଣାପଡ଼ିଥିଲା, ନିଜ ପରବିାରକୁ ଚଳାଇବାର ଦାୟିତ୍ୱ କାରଣରୁ ଏଠାରେ ଲୋକେ ଦିନକୁ ୧୯-୨୦ ଘଣ୍ଟା ପରିଶ୍ରମ କରୁଛନ୍ତି , ଶୋଉ ନାହାନ୍ତି  ଶରୀର ଓ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡୁଛି । ହୃଦଘାତ ପରି ସମସ୍ୟା ବଢି ଯାଉଛି ଏହି କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।

Leave A Reply