ନିଦର ଆବଶ୍ୟକତା

ବୟସ ବଢ଼ିଲେ କେତେଜଣ ବ୍ୟକ୍ତି ଅଧିକ ସମୟ ଶୋଇବାକୁ ପସନ୍ଦ କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ, ଅବସର ପରେ ଘରେ ବସି ରହିଲେ ଆମେ ଆଳସ୍ୟର ବଶବର୍ତ୍ତୀ ହୋଇଥାଉ। କୌଣସି କାମ କରିବାକୁ ସେଭଳି ଆଗ୍ରହ ଆସିନଥାଏ। ନିଜ ବୟସର ଲୋକଙ୍କୁ ଦେଖିଲେ ଖୁସି ଲାଗିଥାଏ ବୋଲି ଅଧିକାଂଶ ବୟସ୍କଙ୍କ ମତ।
– ବିଶେଷଜ୍ଞ କହିଛନ୍ତି, ବୟସ୍କ ଲୋକ ଯେ କୌଣସି ଘରୋଇ କାମ କରି ନିଜକୁ ଫୂର୍ତ୍ତି ରଖନ୍ତୁ। ଦିନବେଳା ଶୋଇବା ଏମାନଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ। ବିଶେଷ କରି ମଧୁମେହ ରୋଗୀ, ଉଚ୍ଚରକ୍ତଚାପ ରୋଗୀ ଓ ହୃଦ୍‌ରୋଗୀ ଦିନବେଳା ନ ଶୋଇ ବରଂ ପତ୍ରିକା ପଢ଼ିବା ଉଚିତ କିମ୍ବା କିଛି ସମୟ ପାଇଁ ଟିଭି ଦେଖି ମନୋରଞ୍ଜନ କରିବା ଉଚିତ।
– ଦ୍ବିପହର ଭୋଜନ ପରେ ନିଦ ଆସୁଥିଲେ, କିଛି ସମୟ ଚଲାବୁଲା କଲେ ନିଦ ହୋଇନଥାଏ। ରାତ୍ରି ସମୟରେ ସେମାନେ ୭-୮ରୁ ଘଣ୍ଟା ଶୋଇବା ଏକ ସୁସ୍ଥ ଜୀବନଶୈଳୀର ଲକ୍ଷଣ।
– ଅନିଦ୍ରା ରୋଗରେ ଆକ୍ରାନ୍ତ ହୋଇଥିଲେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ।

Comments are closed.