ସାବଧାନ ଏହି ସବୁ ଖାଦ୍ୟ ଖାଇଲେ ହେବ ଅଧିକ ବ୍ରଣ

0

ଶରୀର ଉପରେ ଖାଦ୍ୟରେ ଯଥେଷ୍ଟ ପ୍ରଭାବ ପଡିଥାଏ। ତେବେ ବିଭିନ୍ନ ଖାଦ୍ୟ ଯୋଗୁଁ ବ୍ରଣ ସମସ୍ୟା ଦେଖା ଦେଇଥାଏ। ଆପଣଙ୍କ ଜାଣତରେ ହେଉ ଅବା ଅଜାଣତରେ ଆପଣ ଏମିତି କିଛି ଖାଦ୍ୟ ଖାଇଥାଆନ୍ତି ଯାହା ଆପଣଙ୍କ ଚର୍ମ ( ତ୍ୱଚା)କୁ ଭୟଙ୍କର ଭାବେ କ୍ଷତି ପହଞ୍ଚାଇଥାଏ। ଗବେଷଣାରୁ ଜଣାଯାଇଛି ମୁହଁ ରେ ବହୁମାତ୍ରାରେ ବ୍ରଣ ହେବାରେ ଖାଦ୍ୟର ବିଶେଷ ଭୂମିକା ରହିଛି। ଏଥିପ୍ରତି ଆପଣ ସଚେତନ ରହିବା ଆବଶ୍ୟକ। ତେଣୁ ଆପଣମାନେ ଜାଣିରଖିବା ଉଚିତ୍‍ କେଉଁ ଖାଦ୍ୟ ଚର୍ମ ପାଇଁ ଲାଭଦାୟକ ଏବଂ କେଉଁ ଖାଦ୍ୟ ହାନିକାରକ। ତେବେ ସେ ବିଷୟରେ ଆସନ୍ତୁ ଜାଣିବା –
ଅଧିକ ଚର୍ବି ଜାତୀୟ ମାଛ : ଅଧିକ ଚର୍ବି ଜାତୀୟ ମାଛ ଖାଇବା ଦ୍ୱାରା ଏହା ମୁହଁର ସୌନ୍ଦର୍ଯ୍ୟ ବଢାଇବାସହ ତ୍ୱଚାକୁ ଚିକ୍କଣ କରିଥାଏ। ଏହା ମୂଖର ସୈାନ୍ଦର୍ଯ୍ୟ ପାଇଁ ଲାଭ ଦାୟକ।
କାକୁଡି ଓ ତରଭୁଜ : ଏହା ତ୍ୱଚାପାଇ ଅତ୍ୟନ୍ତ ଉପକାରୀ। ଏହା ଖାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବଢିବା ସହିତ ତ୍ୱଚାକୁ ସତେଜ ରଖିବାରେ ସାହାଯ୍ୟ କରେ।
ଲହୁଣୀ କଢାଯାଇଥିବା କ୍ଷୀର : କ୍ଷୀର ମନ୍ୟୁଷ୍ୟର ଉଭୟ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ। କାରଣ ଏଥିରେ ଥିବା ଲହୁଣୀ ମୁହଁର ସୌନ୍ଦର୍ଯ୍ୟ ବଢାଇବା ସହିତ ତ୍ୱଚାକୁ ଚିକ୍କଣ କରିଥାଏ। ମାତ୍ର ଯେଉଁ କ୍ଷୀରରୁ ଲହୁଣୀକୁ ବାହାର କରାଯାଇଥାଏ ତାହା ତ୍ୱଚାପାଇ କ୍ଷତିକାରକ। ଲହୁଣୀ ବାହାର କଢାଯାଇଥିବା କ୍ଷୀରକୁ ପିଇବା ହେତୁ ମୁହଁରେ ବ୍ରଣ ଉଠିଥାଏ।
ପିଜ୍ଜା : ପିଜ୍ଜା ଖାଇବା ଦ୍ୱାରା ମୁହଁରେ ବ୍ରଣ ଉଠିଥାଏ। ଏଥିରେ ଅଧିକ ପରିମାଣର ତୈଳ ଅଂଶ ରହିଥାଏ ଯାହାର ପ୍ରଭାବ ସିଧାସଳଖ ଭାବେ ଚର୍ମ ଉପରେ ପଡିଥାଏ। ତେଣୁ ଏହାକୁ ଅଧିକ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।
ଧଳା ପାଉଁରୁଟି : ଅଧିକାଂଶ ଲୋକ ପ୍ରଭାତରେ ଧଳା ପାଉଁରୁଟି ଖାଇବାକୁ ଭଲପାଆନ୍ତି ମାତ୍ର ସେମାନେ ଜାଣିନାହାନ୍ତି ଏହା ଅଧିକ ପରିମାଣରେ ଖାଇବା ଦ୍ୱାରା ସିଧାସଳଖ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ତେଣୁ ଏହା ସବୁଦିନ ନ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ।

Leave A Reply