www.samajalive.in
Monday, December 15, 2025
14.1 C
Bhubaneswar

ଭଗବାନ ଶିବଙ୍କ ପୂଜାରେ ଶଙ୍ଖ ନ ବଜାଇବାର କାରଣ

ଭଗବାନ ଶିବ ଆଦିଅନ୍ତ ଅଟନ୍ତି। ସେ ବ୍ରହ୍ମାଣ୍ଡର ସମସ୍ତ କୋଣରେ ବାସ କରିଥାନ୍ତି। ଭଗବାନ ଶିବଙ୍କୁ ଭୋଳାବାବା କୁହାଯାଇଥାଏ। କାରଣ ସେ ଶୀଘ୍ର ନିଜ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇ ସମସ୍ତ ମନୋକାମନା ପୂର୍ଣ୍ଣ କରିଥାନ୍ତି। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଅତି ସହଜ। କିନ୍ତୁ ତାଙ୍କୁ ପୂଜା କରିବା ବେଳେ କେବେ ବି ଭୁଲରେ ଶଙ୍ଖ ବଜାନ୍ତୁ ନାହିଁ। ଏପରି କରିବା ଦ୍ବାରା ସେ କ୍ରୋଧିତ ହୋଇ ଯାଆନ୍ତି।

ଶିବ ପୁରାଣରେ ଭଗବାନ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରିବାକୁ ବାରଣ କରାଯାଇଛି। ଏହାର କାରଣ ପୁରାଣ ଯୁଗରେ ଶଙ୍ଖଚୁଡ ନାମରେ ଜଣେ ଦୈତ୍ୟ ଥିଲେ। ଶଙ୍ଖଚୁଡ ଦୈତରାଜ ଦମ୍ଭଙ୍କ ପୁତ୍ର ଥିଲେ। ଦମ୍ଭ ବିଷ୍ଣୁଙ୍କୁ କଠୋର ତପସ୍ୟା କରି ତିନି ଲୋକ ପାଇଁ ମହାପରାକ୍ରମୀ ପୁତ୍ର ପ୍ରାପ୍ତି ପାଇଁ ବର ପ୍ରାର୍ଥନା କରିଥିଲେ। ଏହାସହ ଶଙ୍ଖଚୁଡ ବ୍ରହ୍ମାଙ୍କ ତପସ୍ୟା କରି ଅଭୟ ବର ପ୍ରାପ୍ତି କରିଥିଲେ। କିଛି ଦିନ ପରେ ଶଙ୍ଖଚୁଡ ତିନି ଲୋକରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ଶଙ୍ଖଚୁଡର ଅତ୍ୟାଚାରରେ ମନୁଷ୍ୟଙ୍କ ଠାରୁ ଆରମ୍ଭ କରି ଦେବତାଗଣ ମଧ୍ୟ ଅତିଷ୍ଠ ହୋଇ ଯାଇଥିଲେ।

- Advertisement -

ଦେବତାମାନେ ଏଥିରୁ ରକ୍ଷା ପାଇବା ପାଇଁ ଭଗବାନ ଶିବଙ୍କର ସାହାଯ୍ୟ ନେଇଥିଲେ। କିନ୍ତୁ ଶଙ୍ଖଚୁଡଙ୍କୁ ଶ୍ରୀକୃଷ୍ଣଙ୍କ କବଚ ଓ ତୁଳସୀଙ୍କ ପତିବ୍ରତା ଧର୍ମ ପ୍ରାପ୍ତି ପାଇଁ ଶିବ ତାଙ୍କୁ ବଧ କରି ପାରି ନଥିଲେ। ତେଣୁ ଭଗବାନ ବିଷ୍ଣୁ ବ୍ରାହ୍ମଣ ରୂପରେ ଶ୍ରୀକୃଷ୍ଣଙ୍କ କବଚ ଶଙ୍ଖଚୁଡ ଠାରୁ ଦାନ ରୂପେ ନେଇଥିଲେ। ଏହାସହ ସେ ଶଙ୍ଖଚୁଡଙ୍କ ରୂପ ଧାରଣ କରି ତୁଳସୀ ଶୀଳା ହରଣ କରିଥିଲେ। ଏହି ସୁଯୋଗରେ ଭଗବାନ ଶିବ ଶଙ୍ଖଚୁଡଙ୍କୁ ନିଜ ତ୍ରିଶୁଳରେ ଭସ୍ମ କରିଥିଲେ। କୁହାଯାଇଛି ଯେ, ଶଙ୍ଖଚୁଡର ହାଡରୁ ଶଙ୍ଖ ଜାତ ହୋଇଛି। ତେଣୁ ଭଗବାନ ଶିବଙ୍କ ପୂଜାରେ ଶଙ୍ଖ ବଜାଇବା ଅନୁଚିତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories