www.samajalive.in
Saturday, December 13, 2025
27.1 C
Bhubaneswar

ବିଜେପି ଜିତିଲେ ହାଇଦ୍ରାବାଦ ହେବ ଭାଗ୍ୟନଗର

ହାଇଦ୍ରାବାଦ୍‍: ଆଗାମୀ ନିର୍ବାଚନରେ ଯଦି ବିଜେପି ତେଲେଙ୍ଗାନାରେ ଶାସନ କ୍ଷମତାକୁ ଆସେ ତେବେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରି ଭାଗ୍ୟନଗର ରଖାଯିବ। ସିକନ୍ଦରାବାଦ୍‍ ଓ କରିମ୍‍ନଗରର ନାମ ମଧ୍ୟ ପରିବର୍ତ୍ତନ ହେବ। ବିଜେପି ନେତା ତଥା ଗୋଶାମାହାଲ୍‍ ବିଧାୟକ ରାଜା ସିଂହ ଶୁକ୍ରବାର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ହାଇଦ୍ରାବାଦର ପୂର୍ବ ନାମ ଥିଲା ଭାଗ୍ୟନଗର। ୧୫୯୦ରେ କ୍ୟୁଲି କୁତବ୍‍ ଶାହା କ୍ଷମତାକୁ ଆସିବା ପରେ ଭାଗ୍ୟନଗରର ନାମ ପରିବର୍ତ୍ତନ କରି ହାଇଦ୍ରାବାଦ କରିଥିଲେ। ତେଣୁ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଏହି ସହର ତାର ପୂର୍ବ ନାମ ଫେରିପାଇବ ବୋଲି ସେ କହିଛନ୍ତି।
ଶ୍ରୀ ସିଂହ କହିଛନ୍ତି ଯେ ତେଲେଙ୍ଗାନାରେ ଶାସନ କ୍ଷମତାକୁ ଆସିବା ପରେ ବିଜେପିର ପ୍ରଥମ ଲକ୍ଷ୍ୟ ହେବ ରାଜ୍ୟର ବିକାଶ। ଏହାପରେ ରାଜ୍ୟ ଗଠନ ଓ ବିକାଶରେ ଅବଦାନ ଥିବା ମହାପୁରୁଷଙ୍କ ନାମରେ କେତେକ ସହରର ନାମ ପରିବର୍ତ୍ତନ କରାଯିବ। ବିଶେଷକରି ନିଜାମ୍‍ ଓ ମୁଗଲମାନେ ନାମକରଣ କରିଥିବା ସହରର ନାମ ପରିବର୍ତ୍ତନ ହେବ।
ସୂଚନାଯୋଗ୍ୟ, ବିଜେପି ଶାସିତ ଉତ୍ତରପ୍ରଦେଶରେ ‘ଆଲ୍ଲାହାବାଦ୍‍’ର ନାମ ‘ପ୍ରୟାଗରାଜ’ ଓ ‘ଫୈଜାବାଦ୍‍’ର ନାମ ‘ଅଯୋଧ୍ୟା’ ଓ ‘ମୁଗଲସାରି ରେଳଷ୍ଟେସନ’ର ନାମ ‘ପଣ୍ଡିତ ଦୀନ ଦୟାଲ୍‍ ଉପାଧ୍ୟାୟ’ ନାମରେ ନାମିତ କରାଯାଇଛି। ଏହାପରେ ଗୁଜରାଟର ‘ଅହମ୍ମଦାବାଦ୍‍’ର ନାମ ‘କର୍ଣ୍ଣାବତୀ’କୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories