www.samajalive.in
Sunday, December 7, 2025
26.1 C
Bhubaneswar

ଗୋପାଳପୁର, ବ୍ରହ୍ମପୁରରେ ଏସ୍‌ଆଇଟି ଟିମ୍: ପ୍ରଦୀପଙ୍କ ଅନୁଗତ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ମୁଖ୍ୟଙ୍କୁ ଜେରା

ବ୍ରହ୍ମପୁର: ଆକାଶ କୁମାର ପାଠକ ଟାଟାରେ ଚାକିରି କରାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଆବେଦନକାରୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣ ଅଧିକାରୀ ଗୋପାଳପୁର ଏବଂ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ କେତେକ ନିକଟତମ ଅନୁଗତଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ଜେରା କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି କିଛି ନେତା, ଏକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ କମ୍ପାନିର ମୁଖ୍ୟ । ତେବେ ଜେରାରେ ସେମାନଙ୍କୁ କ’ଣ କ’ଣ ପ୍ରଶ୍ନ ପଚରାଯାଇଛି, ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । କିନ୍ତୁ ଉଭୟଙ୍କ ଠାରୁ କ୍ରାଇମ୍‌ବ୍ରାଞ୍ଚ ଅନେକ ତଥ୍ୟ ସଂଗ୍ରହ କରିଥିବା କୁହାଯାଉଛି । ସେହିଭଳି ଟଙ୍କା ଦେଇ ଠକାମୀର ଶିକାର ହୋଇଥିବା ଦୁଇଜଣ ଯୁବକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସେମାନଙ୍କ ଠାରୁ ଟାଟାରେ ଜାଲ୍‌ ନିଯୁକ୍ତି ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି କ୍ରାଇମ୍‌ବ୍ରାଞ୍ଚ ।
ନିଜକୁ ଟାଟା ମୋଟର୍ସ ଲିମିଟେଡ୍‌, ପାସେଞ୍ଜର ଡିଭିଜନ୍‌ର ଏମ୍‌ଡି ଭାବେ ଆକାଶ ପରିଚୟ ଦେଉଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନେକ ଯୁବକ ଯୁବତୀ, ବିଶେଷକରି ଯେଉଁମାନେ ଟାଟା କମ୍ପାନି ଦ୍ବାରା ବିସ୍ଥାପିତ ହୋଇଥିଲେ, ସେମାନଙ୍କୁ କମ୍ପାନିରେ ଚାକିରି କରାଇଦେବା ପାଇଁ ଆକାଶ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଟାଟା କମ୍ପାନି ତରଫରୁ ଏନେଇ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚଳରେ ଏତଲା ଦିଆଯାଇଥିଲା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆକାଶଙ୍କ ବାପା ତଥା ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ଉପରେ ଭିଜିଲାନ୍ସ ଚଢ଼ଉ ଏବଂ ଚଢ଼ଉ ବେଳେ ଉଭୟଙ୍କ ଠାରୁ ବହୁ କୋଟି ଟଙ୍କା ମିଳିବା ପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ଆଗକୁ ବଢ଼ାଇଛି । ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣ ଅଧିକାରୀ ବ୍ରହ୍ମପୁରରେ ଡେରା ପକାଇଛନ୍ତି । ତେବେ ସେମାନେ କେଉଁଠାରେ ଜେରା କରୁଛନ୍ତି, ତାହା ସଂପୂର୍ଣ୍ଣ ଗୁପ୍ତ ରଖାଯାଇଛି । ପ୍ରସ୍ତୁତ ହୋଇଥିବା ଏକ ତାଲିକାରୁ ଜଣକ ପରେ ଜଣକଙ୍କୁ ଡାକି ଜେରା କରାଯାଉଛି ।
ଅନ୍ୟପକ୍ଷରେ ଟାଟାରେ ନିଯୁକ୍ତି ନାଁରେ ଠକେଇ ଘଟଣାରେ ନିତି ନୂଆ ନୂଆ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ରବିବାର ଜିଲା ବିଜେପି ତରଫରୁ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ବିଧାୟକ ପାଣିଗ୍ରାହୀ ତାଙ୍କର କେତେଜଣ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ତଥା ଆକାଶଙ୍କ ସହଯୋଗରେ ଏହି ଠକେଇର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଠକାମୀର ଶିକାର ଯୁବକ ଯୁବତୀଙ୍କ ଟଙ୍କା ଫେରାଇବା ଦିଗରେ ପଦକ୍ଷେପ ନେବାକୁ ଦଳ ଦାବି କରିଥିଲା । ସେହିଭଳି ସୋମବାର ଗୋପାଳପୁର କଂଗ୍ରେସ ତରଫରୁ ମଧ୍ୟ ଗୋପାଳପୁର ଥାନାରେ ଅଭିଯୋଗ କରାଯାଇଛି । ବିଧାୟକ ପାଣିଗ୍ରାହୀ ଠକାମୀରେ ସଂପୃକ୍ତ ଥିବା ଯୋଗୁ ତାଙ୍କୁ ଗିରଫ କରିବା ଏବଂ ଯୁବକ ଯୁବତୀଙ୍କୁ ଟଙ୍କା ଫେରାଇବା ପାଇଁ ଦଳ ଦାବି କରିଛି ।
ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ କହିବାନୁଯାୟୀ, ବ୍ରହ୍ମପୁର ଏସ୍‌ପି ଏବଂ ଗୋପାଳପୁର ଥାନାରେ ପୃଥକ ଅଭିଯୋଗ ହୋଇଛି । ତା’ ଉପରେ ଅନୁଧ୍ୟାନ କରାଯାଉଛି । ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏବଂ ଭିଜିଲାନ୍ସ ପୂର୍ବରୁ ଏସବୁ ଅଭିଯୋଗର ତଦନ୍ତ କରୁଛି । କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ କିଛି ଜଣଙ୍କୁ ଜେରା କରିଛି । ହେଲେ ଏଥିରେ ଜିଲା ପୁଲିସର କୌଣସି ଭୂମିକା ନାହିଁ । ଆମେ କେବଳ ଆବଶ୍ୟକ ସହାୟତା ଯୋଗାଇବୁ । ସେମାନେ କେଉଁ ଦିଗରେ ତଦନ୍ତ କରୁଛନ୍ତି, ତାହା ମୁଁ କହିପାରିବି ନାହିଁ । କିନ୍ତୁ ଟିମ୍‌କୁ ସବୁ ପ୍ରକାର ସାହାଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories