ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ର ପ୍ରଚଣ୍ଡ ପ୍ରତିଶୋଧ ନେଇଛି ଭାରତୀୟ ସଶସ୍ତ୍ର ସେନା। ଏହାରି ମଧ୍ୟରେ ଆଜି ଦିଲ୍ଲୀ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଅମିତ୍ ଶାହା, କିରନ ରିଜିଜୁ, ବୈଦେଶିକ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଭୁଖ ଏଥିରେ ଉପସ୍ଥିତ ରହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଖଡ୍ଗେ ଏବଂ ରାହୁଲ ଗାନ୍ଧି ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ଆଗାମୀ ରଣନୀତି ନେଇ ଆଲୋଚନା ହେଉଥିବା ସୂଚନା ମିଳିଛି।
Popular Categories



