Patra electronics

ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ପରିଷଦର ବାର୍ଷିକ ଉତ୍ସବ

ସିମୁଳିଆ: ଆଧ୍ୟାତ୍ମିକ ଓ ଚେତନା ପରିଷଦ କଳସପୁରର ପବିତ୍ରଚନ୍ଦନ ପୂର୍ଣ୍ଣିମା ଅବସରରେ ବାର୍ଷିକ ଉତ୍ସବ ପାଳନ ମହା ଆଡମ୍ବରେ ପାଳନ କରାଯାଇଛି। ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକରିବା ସହିତ ଲୋକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହିତ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ପରିଷଦର ବାର୍ଷିକ ଉତ୍ସବ ପବିତ୍ରଚନ୍ଦନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଣ୍ଡିତ ସୋମନାଥ ମିଶ୍ର ବେଦ ପାଠ କରିଥିଲେ।

ସଭାପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୂଷ୍ପମାଳ ଦେଇ ,ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାଟିକୁ ଉଦଘାଟନ କରାଯାଇଥିଲା। ଅତିଥି ପରିଚୟ ଓ ସଭାର ଆଭିମୁଖ୍ୟ ସଂପର୍କରେ ଶିକ୍ଷାବିତ ତଥା ପରିଷଦର ସଂପାଦକ ବସନ୍ତ କୁମାର ଲେଙ୍କା ସୂଚନା ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବେ ପଣ୍ଡିତ ପଣ୍ଡା ଯୋଗଦେଇ କର୍ମ ଓ ଧର୍ମ ମଧ୍ୟରେ ସାରଗର୍ଭକ କଥା ବସ୍ତୁ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁନି ସମାଜର ପ୍ରବଚକ ହୃଷିକେଶ ପାଢୀ ଯୋଗଦେଇ ବ୍ରହ୍ମତତ୍ତ୍ୱ ଓ ଶରୀର ତତ୍ତ୍ଵ ମଧ୍ୟରେ ପ୍ରଭେଦ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସନାତନ ବେହେରା,ଉପଦେଷ୍ଟା ଶରତ କୁମାର ନାୟକ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କୈଳାସ ଚନ୍ଦ୍ର ମହାକୁଡ଼ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ସଭା ପ୍ରାରମ୍ଭରେ ସ୍ବର୍ଣ୍ଣପ୍ରଭା ମିଶ୍ରଙ୍କ ଦ୍ବାରା ଓଦଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ଜଗନ୍ନାଥ ଭଜନ ପରିବେଷଣ କରାଯାଇଥିଲା।

ଚନ୍ଦନ ପୂର୍ଣ୍ଣିମା ଅବସରରେ ଗ୍ରାମବାସୀ ଓ ଗ୍ରାମର ଉଦୀୟମାନ ଯୁବକମାନଙ୍କ ସହଯୋଗରେ କଳସପୁର ଗ୍ରାମରେ ଧାର୍ମିକ ପରିବେଶ ସୃଷ୍ଟି କରିବା ଏକ ବିରଳ ଉଦାହରଣ ସୃଷ୍ଠି କରିଛିା ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ପରିଷଦର ଉପଦେଷ୍ଟା ପିତାମ୍ବର ଲେଙ୍କା, ଶରତ କୁମାର ନାୟକ, ନରେନ୍ଦ୍ରପ୍ରସାଦ ଲେଙ୍କା, ରାଜେନ୍ଦ୍ର କୁମାର ସେନାପତି, ଅମୂଲ୍ୟ କୁମାର ନାୟକ, ସଭାପତିରାଜେନ୍ଦ୍ରଲେଙ୍କା, ଉପସଭାପତି ସୋମନାଥ ମିଶ୍ର, ସଂପାଦକ ବସନ୍ତ କୁମାର ଲେଙ୍କା, ସହ-ସଂପାଦକ କରୁଣାକର ନାୟକ, ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା, ଅରୁପ କୁମାର ନାୟକ, ଖଗେନ୍ଦ୍ର ମହାକୁଡ, କୈଳାସ ଚନ୍ଦ୍ର ମହାକୁଡ ପ୍ରମୁଖ ସାହାର୍ଯ୍ୟ ସହଯୋଗ କରିଥିଲେ।

Comments are closed.