www.samajalive.in
Sunday, December 7, 2025
16.1 C
Bhubaneswar

ସକରାତ୍ମକ ଶକ୍ତି ସହ ଘରେ ହସଖୁସିର ବାତାବରଣ ଆଣିଥାଏ ଏହି ବାସ୍ତୁ ଉପାୟ

ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କ ମୂର୍ତ୍ତି –
ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ ଘରେ ନିଶ୍ଚୟ ରଖନ୍ତୁ। ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ। ତେଣୁ ଯେକୌଣସି ସଙ୍କଟ ସମୟରେ ପ୍ରଭୁଙ୍କୁ ସ୍ମରଣ କରିବା ଦ୍ୱାରା ତାହା ଦୂର ହୋଇଥାଏ।
କ୍ରିଷ୍ଟଲ ଗ୍ଲୋବ୍‍ –
ପେଙ୍ଗସୁଇ ଅନୁଯାୟୀ କ୍ରିଷ୍ଟଲ ଗ୍ଲୋବ୍‍ ନିଜ ଭିତରେ ପ୍ରକାଶ ସମାହିତ କରି ରହିଥାଏ। ତେଣୁ ଏହାକୁ ଗୃହରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ସହ ଘରେ ହସଖୁସିର ବାତାବରଣ ଆଣିଥାଏ।
ଘୋଡ଼ା ନାଲ –
ଘରର ମୁଖ୍ୟ ଦ୍ୱାର ଉପରେ ମଝି ସ୍ଥାନରେ ଏହାକୁ ଲଗାନ୍ତୁ। ଏହା ଘରକୁ ସମସ୍ତ ପ୍ରକାରର ନକରାତ୍ମକ ଶକ୍ତିରୁ ଦୂରରେ ରଖେ। ଜୀବନରେ ଥିବା ବିଭିନ୍ନ ବାଧାବିଘ୍ନକୁ ଦୂର କରିଥାଏ।
ଯଦି ଆପଣଙ୍କର ପାରିବାରିକ କଳହ ହେତୁ ସର୍ବଦା ଚିନ୍ତିତ ରହୁଛନ୍ତି, ତେବେ ମୋତିର ବ୍ୟବହାର ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।
ଦାମ୍ପତ୍ୟ ଜୀବନରେ କଳହ ଲାଗି ରହୁଥିଲେ ଉଭୟ ପତିପତ୍ନୀଙ୍କୁ ମୋତିର ମାଳା ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନର କଳହ ଦୂର ହେବା ସହ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଯଦି ଗୃହର ପିଲା ସର୍ବଦା ରୋଗ୍ରସ୍ତ ହେଉଥିବେ, ତେବେ ପିଲାଙ୍କୁ ଚାନ୍ଦିର ଚନ୍ଦ୍ରମା ପ୍ରସ୍ତୁତ ଲକେଟର ମଝିରେ ମୋତି ରଖି ଗଳାରେ ଧାରଣ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଧାତୁ କଇଁଚ –
ପେଙ୍ଗସୁଇରେ ଧାତୁ କଇଁଚର ବହୁ ମହତ୍ତ୍ୱ ବିଷୟରେ କୁହାଯାଇଛି। ଏହାକୁ ଘରେ ରଖିଲେ ଆର୍ଥିକ ଉନ୍ନତି ହୋଇଥାଏ। ବାସ୍ତୁ ଦୋଷ ଦୂର ହୋଇଥାଏ। ଜୀବନରେ ସୁଖଶାନ୍ତି ଭରିଯାଏ।
ଗଙ୍ଗା ଜଳ –
ହିନ୍ଦୁ ଧର୍ମରେ ଗଙ୍ଗା ଜଳର ଖୁବ ମହତ୍ତ୍ୱ ରହିଛି। ପ୍ରତ୍ୟେକ କାର୍ୟ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ଘରେ ସୁଖ- ସମୃଦ୍ଧି ଆସିଥାଏ।
ଶଙ୍ଖ –
ପୂଜା ଘରେ ଶଙ୍ଖ ରଖିବା ଦ୍ୱାରା ଓ ଏହାକୁ ନିୟମିତ ବଜାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। କାରଣ ଶଙ୍ଖ ପ୍ରଭୁ ବିଷ୍ଣୁଙ୍କୁ ଖୁବ ପ୍ରିୟ ଅଟେ।
ଗାଈ ଘିଅ –
ହିନ୍ଦୁ ଧର୍ମରେ ଗାଈଙ୍କୁ ମା’ ଭାବେ ସମ୍ବୋଧନ କରିବା ସହ ପୂଜାର୍ଚ୍ଚନା କରାଯାଏ। ଗାଈର ଘିଅ ଦୀପ ଜଳାଇବା, ଯଜ୍ଞ ଆଦି କାର୍ୟ୍ୟରେ ବ୍ୟବହାର କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିଥାଏ। ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ।
ମହୁ –
ଘିଅ ଭଳି ମହୁକୁ ମଧ୍ୟ ଖୁବ ପବିତ୍ର କୁହାଯାଏ। ମହୁରେ ବାସ୍ତୁ ସମସ୍ୟା ଦୂର କରିବାର କ୍ଷମତା ଥାଏ। ପୂଜାରେ ମଧ୍ୟ ମହୁର ବ୍ୟବହାର କରାଯାଏ।
ଆମ୍ବ ପତ୍ର –
ଗୃହର ନିକଟରେ ଏକ ଆମ୍ବ ଗଛ ନିଶ୍ଚୟ ଲଗାନ୍ତୁ। ପୂଜାର୍ଚ୍ଚନା କରିବା ସମୟରେ ଆମ୍ବର ପତ୍ରକୁ ବ୍ୟବହାର କରାଯାଏ। ବିବାହ, ପୂଜା, ଯଜ୍ଞ ଆଦିରେ ଏହି ପତ୍ରର ବିଶେଷ ମହତ୍ତ୍ୱ ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories