nua o banner

ବାରମ୍ବାର କାର୍ଯ୍ୟରେ ଅସଫଳତା ଦେଖାଦେଲେ ଆପଣାନ୍ତୁ ଏହି ଉପାୟ

BSKY banner  750×100

ଆମ ଚାରିପାଖରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଲେ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ବାରମ୍ବାର ଚେଷ୍ଟା କଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଏହାର ଏକ ପ୍ରମୁଖ କାରଣ ବାସ୍ତୁ ଦୋଷ ହୋଇପାରେ। ଏହି ଉପାୟ ଜୀବନ ବଂଚିବାର ପ୍ରେରଣା ଦେବା ସହ ସକରାତ୍ମକ ଶକ୍ତି ଆଣିଥାଏ। ଜାଣନ୍ତୁ……..
– ନିୟମିତ ପ୍ରଭୁ ଶିବଙ୍କ ସ୍ତୁତି, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଜଳାଭିଷେକ କରନ୍ତୁ। ଅଳ୍ପ ଚାଉଳ, ଗହମ, ମୁଗ, ବାଜରା ଦାନ କରନ୍ତୁ।
– ପକ୍ଷୀଙ୍କୁ ଦାନା ଖୁଆନ୍ତୁ।
– ସ୍ନାନ ଜଳରେ ଲୁଣ ପକାଇ ସ୍ନାନ କରନ୍ତୁ।
– ନିୟମିତ ଠାକୁରଙ୍କ ନିକଟରେ ଦୀପ , ଧୂପ ଅର୍ପଣ କରନ୍ତୁ।
– ଘରର କବାଟ, ଝରକାକୁ ସଫା ରଖନ୍ତୁ। ଯେପରି ଘରେ ପ୍ରତିଦିନ ସୂର୍ଯ୍ୟ କିରଣ ପଡ଼ିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
– ମାସକୁ ଥରେ ଚେଷ୍ଟା କରି ଘରେ ହୋମ କରନ୍ତୁ।
– ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାନ୍ତୁ।
– ଶନିବାର ଦିନ ଅସହାୟଙ୍କୁ ବସ୍ତ୍ର ଓ ଭୋଜନ ଦାନ କରନ୍ତୁ।
– ଘରେ ଅଯଥାରେ ପାଟିତୁଣ୍ଡ କରନ୍ତୁ ନାହିଁ।

Comments are closed.