www.samajalive.in
Tuesday, December 9, 2025
19.1 C
Bhubaneswar

ପାରାଦୀପ ଆଇଓସିଏଲରେ ପିଏଡିସି ଉଦ୍‌ଘାଟିତ

ଭୁବନେଶ୍ୱର : ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପାରାଦୀପଠାରେ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପ୍ରଡକ୍ଟ ଆପ୍ଲିକେଶନ ଆଣ୍ଡ ଡେଭେଲପମେଣ୍ଟ ସେଣ୍ଟର(ପିଏଡିସି) ଗୁରୁବାର ଉଦ୍‌ଘାଟିତ ହୋଇଛି। ୪୩ କୋଟି ଟଙ୍କାରେ ନିର୍ମିତଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଳିତ ଭାବେ ଭିଡିଓ କନ୍‌ପରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି।

୫ ଏକର ଜମି ଓ ୩୩୩୪ ବର୍ଗ ମିଟର ବିଶିଷ୍ଟ କ୍ଷେତ୍ରରେ ନିର୍ମିତ ପିଏଡିସି ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ୱିତୀୟ କେନ୍ଦ୍ର। ଏହି ସେଣ୍ଟର ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଲାବରେଟୋରି ଅଫ୍‍ ଡିପାର୍ଟମେଟ ଅଫ୍‍ ସାଇନଟିଫିକ ଏବଂ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ଡିଏସଆଇଆର) ଭାବରେ ଜଣାଯାଏ। ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଏବଂ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବରେ ସହାୟକ ହେବ। ପିଏଡିସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଭିନବ ଆପ୍ଲିକେଶନର ବିକାଶ କରି ଭଲ କପଡା ଓ ଟେକ୍ନିକାଲ ଟେକ୍ସଟାଇଲ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ସାମଗ୍ରୀର ଆମଦାନୀକୁ ହ୍ରାସ କରିବା। ଆଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ୍‍ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି।

- Advertisement -

 

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories