www.samajalive.in
Saturday, December 6, 2025
23.1 C
Bhubaneswar

ସେଲ୍‌ର ମେଘାହାତୁବୁରୁ ଖଣିରେ ଦୁର୍ଘଟଣା, ହପ୍ପରରେ ଡମ୍ପର ଓଲଟି ଅପରେଟର ମୃତ

ବଲାଣି: କେନ୍ଦୁଝର ଜିଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କିରିବୁରୁ ଥାନା ଅଞ୍ଚଳରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍‌ର ମେଘାହାତୁବୁରୁ ଖଣିରେ ଦୁର୍ଘଟଣା ଘଟିଛି। ଏଥିରେ ମେଘାହତୁବୁରୁ ଖଣିର ସ୍ଥାୟୀ କର୍ମଚାରୀ ତଥା ଅପରେଟର ପ୍ରହଲ୍ଲାଦ ପାଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ବୁଧବାର ରାତିରେ ଖଣିର ପ୍ରଡକ୍ସନ ଚାଲିଥିବା ବେଳେ ହପ୍ପରରେ ଥିବା ଷ୍ଟପରରେ ମାଟି ଭାରି ରହିଥିବାରୁ ୧୦୦ ଟନ ବିଶିଷ୍ଟ ଏକ ଡମ୍ପର ଓଲଟି ତଳକୁ ଖସି ପଡ଼ିଥିଲା। ଏଥିରେ ଅପରେଟର ପ୍ରହଲ୍ଲାଦ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମେଘାହାତୁବୁରୁ ଖଣି କର୍ତ୍ତୃପକ୍ଷଙ୍କ ଦ୍ୱାରା ଖଣି ସୁରକ୍ଷା ଆଇନକୁ ଅବମାନନା କରି ଉତ୍ତୋଳନ କାର୍ଯ୍ୟ କରାଯାଉଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ କର୍ମଚାରୀମାନେ ଡାକ୍ତରଖାନା ପରିସରରେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ କର୍ମଚାରୀମାନେ ଦାବି କରିଥିଲେ। ଖଣି କର୍ତ୍ତୃପକ୍ଷ ମୃତକଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେବା ସହିତ ଅନ୍ୟାନ୍ୟ କ୍ଷତିପୂରଣ ବାବଦରେ ସମସ୍ତ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। କିନ୍ତୁ ଖଣି ସୁରକ୍ଷା ଆଇନ ପାଳନ କରିବାକୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories