www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଥମ ଥର ସାମ୍ନାକୁ ଆସିଛି କରୋନା ଭୂତାଣୁର ଏପରି ଏକ ମାମଲା; ଯାହାକୁ ନେଇ ଚିନ୍ତାରେ ଡ଼ାକ୍ତର

ମେସ୍କିକୋରେ କରୋନା ଭୂତାଣୁର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସହ ଜନ୍ମ ହୋଇଥିବା ୩ ଜଣ ଶିଶୁ (ଟ୍ରିପଲେଟସ୍ ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାତ୍ର ଚିନ୍ତା ବଢାଉଥିବା କାରଣଟି ହେଉଛି ଉକ୍ତ ଜନ୍ମ ହୋଇଥିବା ଶିଶୁଙ୍କ ମାତାପିତା କରୋନା ପଜିଟିଭ ନୁହନ୍ତି। ଏହି କାରଣର ହିଁ ଡ଼ାକ୍ତରଙ୍କ ଚିନ୍ତା ବଢାଇଛି। ଡ଼ାକ୍ତରମାନେ ଏହାର କାରଣ ଜାଣିବାକୁ ପ୍ରୟାସ ଓ ଗବେଷଣା ଆରମ୍ଭ କରିଦେଇଛନ୍ତି।
ସ୍ୱାସ୍ଥ୍ୟ ଅଧିକାରୀଙ୍କ ମତାନୁଯାୟୀ ସେମାନେ ଏଭଳି ଘଟଣା ପୂର୍ବରୁ ଦେଖିନାହାନ୍ତି। ଏହି ୩ ଜଣ ଶିଶୁଙ୍କ ମଧ୍ୟରେ ଜଣେ କନ୍ୟା ଓ ଅନ୍ୟ ଦୁଇ ଜଣ ପୁତ୍ର ବୋଲି ଜଣାପଡ଼ିଛି। ଜନ୍ମ ହେବାର ୪ ଘଂଟା ପରେ ସେମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଓ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଶଙ୍କା ହୋଇଥିଲା ବୋଧହୁଏ ଶିଶୁଙ୍କ ମାତା କରୋନା ପଜିଟିଭ ଅଟନ୍ତି। ଏହି କାରଣରୁ ଶିଶୁଙ୍କ ମାତାପିତାଙ୍କ ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା। ମାତ୍ର ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।
୩ ଶିଶୁଙ୍କ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ମତାନୁଯାୟୀ ୧୭ ଜୁନରେ ଜନ୍ମ ହୋଇଥିବା ଏହି ଶିଶୁଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ରହିଥିବା ବେଳେ ସେମାନଙ୍କର କରୋନାର କୌଣସି ଲକ୍ଷଣ ନଥିଲା। ଜଣଙ୍କର ନିମୋନିୟା ସମସ୍ୟା ରହିଥିଲା। ମାତ୍ର ସେ ମଧ୍ୟ ବର୍ତମାନ ସୁସ୍ଥ ଥିବା ବେଳେ ୩ ଶିଶୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories