www.samajalive.in
Saturday, December 6, 2025
17.1 C
Bhubaneswar

କରୋନିଲ ବିକ୍ରି ଉପରେ ରୋକ୍‌ ଲଗାଇଲା ମହାରାଷ୍ଟ୍ର

ମୁମ୍ବଇ: କରୋନା ଭୂତାଣୁର ଚିକିତ୍ସା ପାଇଁ ବାବା ରାମଦେବଙ୍କ ସଂସ୍ଥା ପତଞ୍ଜଳି ପ୍ରସ୍ତୁତ କରିଥିବା ଆୟୁର୍ବେଦିକ ଔଷଧ ‘କରୋନିଲ’ ଉପରେ ଗୋଟିଏ ପରେ ଗୋଟିଏ ରାଜ୍ୟ ପ୍ରତିବନ୍ଧକ ଲଗାଇବାରେ ଲାଗିଛନ୍ତି। ପ୍ରଥମେ ରାଜସ୍ଥାନ ଏବଂ ଏବେ ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନିଲର କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ନାହିଁ। ତେଣୁ ରାଜ୍ୟରେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲାଗୁ କରାଯାଉଛି।

ଗୃହମନ୍ତ୍ରୀ କହିଛନ୍ତି, କରୋନିଲର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା କି ନାହିଁ ତାହା ଜୟପୁରସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍‌ ଯାଞ୍ଚ କରିବ। ଆମ ସରକାର ମହାରାଷ୍ଟ୍ରରେ ନକଲି ଔଷଧ ବିକ୍ରିକୁ ଅନୁମତି ଦେବ ନାହିଁ ବୋଲି ବାବା ରାମଦେବଙ୍କୁ ମୁଁ ଚେତାବନୀ ଦେଉଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଆୟୁଷ ମନ୍ତ୍ରଣାଳୟ କରୋନିଲକୁ ନେଇ ଆପତ୍ତି ଉଠାଇବା ପରେ ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଏହାର ବିକ୍ରି ଉପରେ ରୋକ୍‌ ଲଗାଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories