www.samajalive.in
Sunday, December 7, 2025
14.1 C
Bhubaneswar

ଘରର ମୁଖ୍ୟଦ୍ୱାର ସହ ଜଡିତ ଏହି ବାସ୍ତୁ ଉପାୟ

ବାସ୍ତୁରେ ମୁଖ୍ୟଦ୍ୱାର ସହ ଜଡିତ କିଛି ନିୟମ ବର୍ଣ୍ଣନା କରାଯାଇଛି। ଘରର ମୁଖ୍ୟ ଦ୍ୱାରରେ ଏପରି କିଛି ଜିନିଷ ରହିଛି,ଯାହାକୁ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ। ବାସ୍ତୁ ଶାସ୍ତ୍ରରେ ମୁଖ୍ୟ ଦ୍ୱାର ସହ ଜଡିତ କିଛି ଟିପ୍ସ ରହିଛି। ଏହାକୁ ପାଳନ କରିବା ଦ୍ୱାରା ଘରେ ଖୁସି, ସୁଖସମୃଦ୍ଧି ସର୍ବଦା ରହିଥାଏ।
ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦ୍ୱାରର ଖୁବ ମହତ୍ତ୍ୱ ରହିଛି। ତେଣୁ ମୁଖ୍ୟଦ୍ୱାରରେ ଶୁଭ ଜିନିଷ ଲଗାନ୍ତୁ।
ଘରର ମୁଖ୍ୟଦ୍ୱାରରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ। ମାତ୍ର ଏହାକୁ ଘରର ଭିତର ଆଡକୁ ଲଗାନ୍ତୁ। ଏହାଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। କାର୍ଯ୍ୟରେ ସଫଳତା ମିଳିଥାଏ।
ଘରର ମୁଖ୍ୟଦ୍ୱାରରେ ଲାଲ ରଙ୍ଗର ସ୍ୱସ୍ତିକ ସିନ୍ଦୂରରେ ଆଙ୍କନ୍ତୁ। ଏହାଦ୍ୱାରା ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲ ପାଇବା ରହିଥାଏ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।
ମୁଖ୍ୟ ଦ୍ୱାରର ଉଭୟ ପଟରେ ଶୁଭ ଓ ଲାଭ ନିଶ୍ଚୟ ଲଗାନ୍ତୁ। ଏହା ଖୁବ ଶୁଭ ବୋଲି ବିବେଚନା କରାଯାଏ।
ଘରର ମୁଖ୍ୟ ଦ୍ୱାରରେ ସର୍ବଦା ମା’ଲକ୍ଷ୍ମୀଙ୍କ ପାଦର ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଘରେ ଧନସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
ଘରର ମୁଖ୍ୟ ଦ୍ୱାରରେ ଆମ୍ବପତ୍ରର ତୋରଣ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ମିଳିଥାଏ।
ମୁଖ୍ୟଦ୍ୱାର ନିକଟରେ ପାଣି ଭର୍ତ୍ତି କଳସ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ସମ୍ପନ୍ନତା ଆସିଥାଏ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories