www.samajalive.in
Monday, December 15, 2025
26.1 C
Bhubaneswar

‘ଉତ୍କୃଷ୍ଟ’ ତାଲିକାରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

ଭୁବନେଶ୍ୱର : ଦେଶର ପ୍ରମୁଖ ବ୍ୟାଘ୍ର ଅଭୟାରଣ୍ୟଗୁଡ଼ିକରେ ବାଘ ସଂଖ୍ୟା ବଢ଼ିଛି। ବ୍ୟାଘ୍ର ସଂରକ୍ଷଣ ନେଇ ଦେଶର ପ୍ରମୁଖ ୧୨ ଅଭୟାରଣ୍ୟ ଭିତରେ ଶିମିଳିପାଳ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟ ସ୍ଥାନ ପାଇଛି । ଏହାର ପରିଚାଳନାଗତ ଫଳପ୍ରଦ ମୂଲ୍ୟାଙ୍କନ (ଏମଇଇ) ଅଙ୍କ-୨୦୨୨ରେ ୯୦.୧୫% ରହିଛି। ୨୦୧୮ରେ ଏମଇଇ ଅଙ୍କ ‘ଉତ୍ତମ’ ଥିବାବେଳେ ବର୍ତ୍ତମାନ ଏହା ‘ଉତ୍କୃଷ୍ଟ’ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛି। ଜାତୀୟସ୍ତରରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ୧୧ତମ ସ୍ଥାନକୁ ଉନ୍ନତ ହୋଇଛି।
ବ୍ୟାଘ୍ର ପ୍ରକଳ୍ପର ୫୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ବାଘ ଗଣନା ବିବରଣୀ ପୁସ୍ତକ ଉନ୍ମୋଚନ କରିଛନ୍ତି। କେରଳର ପେରିୟାର ବ୍ୟାଘ୍ର ଅଭୟାରଣ୍ୟ ସର୍ବାଧିକ ୯୪.୩୮% ଏମଇଇ ଅଙ୍କ ସହ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଦ୍ବିତୀୟରେ୯୩.୧୮% ଅଙ୍କ ସହ ମଧ୍ୟପ୍ରଦେଶର ସାତପୁରା, କର୍ଣ୍ଣାଟକର ବନ୍ଦିପୁର ୯୩.୧୮% ଅଙ୍କ, କର୍ଣ୍ଣାଟକର ନାଗରହୋଲର ୯୨.୪୨%, ମଧ୍ୟପ୍ରଦେଶର କାହ୍ନା ୯୧.୬୭%, କର୍ଣ୍ଣାଟକର ବିଲିଗିରି ରଙ୍ଗନାଥ ସ୍ବାମୀ ମନ୍ଦିର ୯୧.୬୭%, ତାମିଲନାଡ଼ୁର ଅନ୍ନାମଲାଇ ୯୧.୯୭%, ମଧ୍ୟପ୍ରଦେଶର ପେଞ୍ଚ ୯୦.୯୧%, କର୍ଣ୍ଣାଟକର ଭଦ୍ରା ୯୦.୯୧% ଓ କାଲି ୯୦.୩୦%, ଶିମିଳିପାଳ ୯୦.୧୫% ଏବଂ ତାମିଲନାଡ଼ୁର ମୁଡୁମଲାଇ ୯୦.୧୫% ଏମଇଇ ଅଙ୍କ ପାଇଛନ୍ତି। ଶିମିଳିପାଳ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟ ଉତ୍ତର ମଣ୍ଡଳ ନିର୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗେଇ ଏବଂ ଉପନିର୍ଦେଶକ ସମ୍ରାଟ ଗୌଡ଼ କହିଛନ୍ତି, ମୁଖ୍ୟ ପ୍ରଧାନ ବନ୍ୟପ୍ରାଣୀ ସଂରକ୍ଷକଙ୍କ ତତ୍ତ୍ବାବଧାନରେ ଜୀବଜନ୍ତୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଫଳସ୍ବରୂପ ଶିମିଳିପାଳ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟକୁ ଏହି ସଫଳତା ମିଳିଛି। ଅଭୟାରଣ୍ୟ ଭିତରେ ଯମୁନାଗଡ଼ ନାମକ ଏକ ଗାଁ ରହିଥିଲା। ଏହି ଗାଁ ରହିବା ଦ୍ବାରା ସେଠାରେ ବାଘ, ହରିଣ, ସମ୍ବର ଏବଂ କୁଟରା ଆଦି ବନ୍ୟ ଜୀବଜନ୍ତୁ ନିରପେକ୍ଷ ଭାବେ ଚଳପ୍ରଚଳ କରିପାରୁ ନ ଥିଲେ। ବାଘବଂଶ ବୃଦ୍ଧି ପାଇଁ ସେହି ଅଞ୍ଚଳଟି ଗୁରୁତ୍ବପୂର୍ଣ୍ଣ ଥିଲା। ତେଣୁ ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଗମନାଗମନ ଉପରେ ବୁଝାସୁଝା କରି ସ୍ଥାନାନ୍ତରଣ କରାଯାଇଛି। ଅଭୟାରଣ୍ୟ ବାହାରେ ଗ୍ରାମବାସୀଙ୍କୁ ଥଇଥାନ କରାଯିବା ସହ ସମସ୍ତ ପ୍ରକାର ସହାୟତା ଦିଆଯାଇଛି। ଜୈବ ପର୍ଯ୍ୟଟନ ପାଇଁ ୬ଟି ଗ୍ରାମବାସୀଙ୍କ ସହଯୋଗ ନେଇ କମିଟି ଗଠନ ହୋଇଛି। କୁମାରି, ଗୁଡ଼ୁଗୁଡ଼ିଆ, ଜାମୁଆଳି, ବହରେଇପାଣି ପରିଚାଳନା କମିଟି ଯୋଗୁଁ ଜଙ୍ଗଲ ବୃଦ୍ଧି ପାଇବା ଦ୍ବାରା ବନ୍ୟ ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ହୋଇଛି।
୨୦୧୮ରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ୧୮ଟି ବାଘ ଥିବାବେଳେ ୨୦୨୨ ବିବରଣୀରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। କେବଳ ବାଘ ନୁହେଁ ହରିଣ, ସମ୍ବର, କୁଟୁରା ଆଦି ବନ୍ୟ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ କେତେ ସଂଖ୍ୟକ ବୃଦ୍ଧି ପାଇଛି ତା’ର ବିବରଣୀ ପ୍ରକାଶ ପରେ ଅଭୟାରଣ୍ୟ ପକ୍ଷରୁ ଅବଗତ କରାଯିବ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥାଙ୍କ ଦ୍ବାରା ପ୍ରକାଶ ପାଇଥିବା ୨୦୧୮ ତଥ୍ୟ ଅନୁଯାୟୀ ଓଡ଼ିଶା ଜଙ୍ଗଲରେ ଶିମିଳିପାଳ ବାଘକୁ ମିଶାଇ ମୋଟ ୨୮ଟି ମହାବଳ ବାଘ ଏବଂ ୭୬୦ଟି କଲରାପତରିଆ ବାଘ ଥିଲେ। ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୬ଟି ମହାବଳ ବାଘଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ବାଘଙ୍କର ଶିକାରୀଙ୍କ ଦ୍ବାରା ମୃତ୍ୟୁ ହୋଇଥିଲା। ଏହି ସମୟରେ ୪୯ଟି କଲରାପତରିଆ ବାଘ ମୃତ୍ୟୁ ହୋଇଥିବା ବେଳେ ୨୬ଟି ଶିକାରୀଙ୍କ ଦ୍ବାରା ମୃତ୍ୟୁବରଣ କରିଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories