www.samajalive.in
Sunday, December 7, 2025
13.1 C
Bhubaneswar

ବିରାଟଙ୍କ ଭଳି ଖେଳାଳି ଶତାବ୍ଦିରେ ଥରେ ଜନ୍ମ ନେଇଥାନ୍ତି : ସିଦ୍ଧୁ

ନୂଆଦିଲ୍ଲୀ : କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଜଣେ ପ୍ରଶଂସକଙ୍କୁ ଦେଶ ଛାଡି ଚାଲିଯିବାପାଇଁ କହିଥିଲେ। ଏବେ ଏହା ଉପରେ ଭାରତୀୟ କ୍ରିକେଟ ଦଳର ପୂର୍ବ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଜତକର ଏକ ବିଶେଷ କାର୍ଯ୍ୟକ୍ରମ ସିଦ୍ଧି ବାତରେ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ କହିଛନ୍ତି ବିରାଟ କୋହଲି ଦେଶର ଜଣେ ମହାନ ଖେଳାଳି । ତାଙ୍କ ଭଳି ଖେଳାଳି ବହୁ କଷ୍ଟରେ ମିଳନ୍ତି। ତାଙ୍କ ଭଳି ଖେଳାଳି ଶତାବ୍ଦି ଥରେ ଜନ୍ମ ନେଇଥାନ୍ତି। ମୁଁ ନିଜେ ବିରାଟ କୋହଲିଙ୍କର ଜଣେ ପ୍ରଶଂସକ। ବିରାଟଙ୍କ ଭଳି ଖେଳାଳି ହେବାପାଇଁ ଜଣେ ଖେଳାଳିଙ୍କୁ ତପସ୍ୟା କରିବାକୁ ପଡିବ ବେଲି ସେ କହିଛନ୍ତି।
ସୂଚନାମୁତାବକ ଜଣେ ପ୍ରଶଂସକଙ୍କ ମତ ଉପରେ ମନ୍ତବ୍ୟ ଦେଇ ବେଶ୍‍ ବିବାଦୀୟ ହୋଇପଡ଼ିଥିଲେ ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି। ଗତ ୫ତାରିଖରେ ୩୦ ବର୍ଷରେ ପାଦ ଦେଇଥିବା କୋହଲି ନିଜସ୍ୱ ମୋବାଇଲ୍‍ ଆପ୍‍ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ବହୁ କ୍ରିକେଟପ୍ରେମୀ ନାନା ମତମନ୍ତବ୍ୟ ପ୍ରଦାନ କରିଥିଲେ। ଜଣେ ପ୍ରଶଂସକ ମତ ଦେଇ କହିଥିଲେ କୋହଲିଙ୍କୁ ବ୍ୟାଟସମ୍ୟାନ୍‍ ଭାବେ ଅଯଥାରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ତାଙ୍କ ବ୍ୟାଟିଂରେ ସେପରି କୌଣସି ସ୍ୱତନ୍ତ୍ରତା ନାହିଁ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବ୍ୟାଟସମ୍ୟାନ୍‍ଙ୍କ ଶୈଳୀ କୋହଲିଙ୍କ ଠାରୁ ଉଚ୍ଚକୋଟିର। ପ୍ରଶଂସକଙ୍କ ଏପରି ମନ୍ତବ୍ୟକୁ ନେଇ କୋହଲି ବେଶ୍‍ ଉତ୍‍କ୍ଷିପ୍ତ ହୋଇପଡ଼ିବା ସହ ସଂପୃକ୍ତ ପ୍ରଶଂସକଜଣକ ତୁରନ୍ତ ଭାରତ ଛାଡ଼ି ଚାଲିଯିବା ଉଚିତ୍‍ ବୋଲି କହିଥିଲେ। ଭାରତରେ ରହି ଅନ୍ୟ ଦେଶର କ୍ରିକେଟର୍‍ଙ୍କୁ ପ୍ରଶଂସା କରିବା ଅନୁଚିତ୍‍ ଏବଂ ଏପରି କରୁଥିବା ବ୍ୟକ୍ତି ଭାରତ ଛାଡ଼ି ଚାଲିଯିବା ଉଚିତ୍‍ ବୋଲି କୋହଲି ମତ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories