www.samajalive.in
Monday, December 15, 2025
24.1 C
Bhubaneswar

୯ ଜିଲାରେ ନିଅଣ୍ଟିଆ ବର୍ଷା; ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ବର: ରାଜ୍ୟର ୯ଟି ଜିଲାରେ ନିଅଣ୍ଟିଆ ବର୍ଷା ରହିଛି। ଏଥିପାଇଁ ଚାଷ କାମ ଆଗେଇ ପାରୁନାହିଁ। ଜମିରେ ପାଣି ନଥିବାରୁ ରୁଆ, ଖେଳିଆ ଓ ବେଉଷଣ ଆଗେଇ ପାରୁନି। ଚାଷୀ ବର୍ଷାକୁ ଚାହିଁ ବସିଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହରୁ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି। ଟାଣଖରା ଯୋଗୁ ଜମିରୁ ପାଣି ଶୁଖି ଗଲାଣି। ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ବର୍ଷା ସ୍ବାଭାବିକଠାରୁ ୧୩% ଅଧିକ ଥିଲା। ୯ ଦିନ ହେଲା ବର୍ଷା କମିଥିବାରୁ ଏବେ ସ୍ବାଭାବିକଠାରୁ ୩% ନିଅଣ୍ଟିଆ ରହିଛି।

ଗଜପତି, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗର, ନୂଆପଡ଼ା, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ନିଅଣ୍ଟିଆ ସ୍ଥିତି ରହିଛି। ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ଆସନ୍ତା ୧୩ରୁ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏବେ ଗଜପତି ଜିଲାରେ ସର୍ବାଧିକ ୪୦% ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ପୁରୀରେ ୩୭% ଥିବାବେଳେ ରାୟଗଡ଼ା ୩୪%, କଳହାଣ୍ଡି ୩୩%, ବଲାଙ୍ଗିର ଓ ନବରଙ୍ଗପୁରରେ ୨୪%, ନୂଆପଡ଼ା ୨୨%, ଗଞ୍ଜାମ ୨୮% ଏବଂ ଖୋର୍ଦ୍ଧାରେ ୨୩% ନିଅଣ୍ଟିଆ ସ୍ଥିତି ରହିଛି। ମୟୂରଭଞ୍ଜ, ଦେବଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ଅବଶି‌ଷ୍ଟ ଜିଲାଗୁଡ଼ିକରେ ସ୍ବାଭାବିକ ବର୍ଷା ହୋଇଛି।

- Advertisement -

ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଆସନ୍ତା ୧୩ରେ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ଓଡିଶା ଉପକୂଳରେ ସୃଷ୍ଟି ହେଇପାରେ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିପାରେ। ଶନିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବଲାଙ୍ଗିର, ନୂଆପଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ଓ ୧୩ ତାରିଖ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ, ଆସନ୍ତା ୧୩ରେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାର ସଂଲଗ୍ନ ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୧୫ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ରହିବ। ଲଘୁଚାପ ସତ୍ତ୍ବେ ନିଅଣ୍ଟିଆ ସ୍ଥିତିରେ କୌଣସି ସୁଧାର ଆସିବା ସମ୍ଭାବନା ନାହିଁ। କମ୍‌ ବର୍ଷା ଯୋଗୁ ଏବେ ବିଭିନ୍ନ ସ୍ଥାନରେ ରୁଆ, ବେଉଷଣ ବାଧାପ୍ରାପ୍ତ ହୋଇଛି।

ପୁରୀ, ଗଞ୍ଜାମ ଓ ଗଜପତି ଜିଲାରେ ମୋଟ ମୌସୁମୀ ବର୍ଷା ୩୩୦ମି.ମି.ରୁ କମ୍‌ ରହିଛି। ଗତ ତିନି ସପ୍ତାହ ଧରି ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ନିଅଣ୍ଟିଆ ରହିଛି। ତଳି ବଢ଼ିଥିଲେ ବି ରୁଆ ହୋଇପାରୁନି। ବୁଣା ଧାନରେ ବେଉଷଣ ହୋଇପାରୁନାହିଁ। ରୁଆ, ବେଉଷଣ ପାଇଁ ସମୟ ଅଛି। ଧାନ ତଳି ମରିନାହିଁ। ଆଗକୁ ଲଘୁଚାପ ବର୍ଷା ଥିବାରୁ ତଳି ରୋଇବା ବେଳେ ପର୍ଯ୍ୟାପ୍ତ ସାର ପ୍ରୟୋଗ କରିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories