www.samajalive.in
Monday, December 15, 2025
26.1 C
Bhubaneswar

ଅନ୍ଧବିଶ୍ୱାସର କରୁଣ ଚିତ୍ର; ଠାକୁରାଣୀ ଭୟରେ ଘର ଛାଡ଼ିଲେ ପରିବାର

ନୀଳଗିରି: ପରିବାରର ଜଣେ ପରେ ଜଣେ ଅସ୍ବାଭାବିକ ଆଚରଣ କରୁଛନ୍ତି। ପାଗଳ ଭଳି ସେମାନଙ୍କ ଆଚରଣ ଓ ଉଚ୍ଚାରଣ ରହୁଛି। କାଳିସୀ ଲାଗିବା ପାଇଁ ଏପରି ହେଉଥିବା ସେମାନେ ବିଶ୍ବାସ କରୁଛନ୍ତି। ପରିବାର ଲୋକଙ୍କ କହିବା କଥା ହେଲା ସେମାନଙ୍କୁ ଭୟଙ୍କର ସ୍ୱପ୍ନାଦେଶ ହେଉଛି। ଠାକୁରାଣୀ କହୁଛନ୍ତି, ‘ଘର ଛାଡ଼.., ଠାକୁର ସ୍ଥାନକୁ ପଳାଇ ଯାଅ, ବଞ୍ଚିଯିବ, ନ ହେଲେ ଜୀବନ ନେବି।’ ଏହା ଅପାଣିଆ ନାମକ ଠାକୁରାଣୀଙ୍କ ଚରମ ବାଣୀ ବୋଲି ପରିବାର ଲୋକେ ବିଶ୍ବାସ କରି ଘର ଛାଡ଼ି ଏମାନେ ସମ୍ପ୍ରତି ମନ୍ଦିର ବେଢ଼଼ାରେ ଆଶ୍ରୟ ନେଇଛନ୍ତି। ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ଏକ ପରିବାର ଭୟାତୁର ହୋଇ ଉଠିଛନ୍ତି। ଘଟଣା ସଂପ୍ରତି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ ବଉଳଗଡ଼଼ିଆ ପାତ୍ରସାହିର ସ୍ବର୍ଗତ ମହେଶ୍ୱର ପାତ୍ରଙ୍କ ସ୍ତ୍ରୀ ଉମାମଣି (୬୮), ପୁଅ ଭରତ(୨୫), ବାଉଁଶବଣିଆ ଗାଁର ରବୀନ୍ଦ୍ର ମଲିକଙ୍କୁ ବିବାହ କରିଥିବା ବଡ଼ଝିଅ(୩୫), ସାନଝିଅ ସବିତା(୧୯)ଙ୍କ ସମେତ ପରିବାରର ପ୍ରାୟ ୧୦ ଜଣ ସଦସ୍ୟଙ୍କ ଅବସ୍ଥା ସମ୍ପ୍ରତି ସାଂଘାତିକ ହୋଇପଡ଼ିଛି। ପ୍ରତି ମୁହୂର୍ତ୍ତରେ ପରିବାରର ଜଣେ ଅସ୍ବାଭାବିକ ଆଚରଣ କରି ସଂଜ୍ଞାହୀନ ହୋଇ ପଡୁଛନ୍ତି। ପରିବାରର ଲୋକେ ମଧ୍ୟ ଅସୁସ୍ଥ ହୋଇ ପଡୁଛନ୍ତି। ଏହାର ପ୍ରତିକାର ପାଇଁ ସମ୍ପର୍କୀୟମାନେ ମୟୂରଭଞ୍ଜ ଜିଲାରୁ ୩ ଜଣ ଗୁଣିଆଙ୍କୁ ଡକାଇଥିଲେ। ଗୁଣିଆ ଆସି ତନ୍ତ୍ରମନ୍ତ୍ର କରିବା ସହ ବାଡ଼ିର କେତେକ ସ୍ଥାନ ଖୋଳି ପୋତା ହୋଇଥିବା ୫ଟି କଳସ ଉଦ୍ଧାର କରିଥିଲା। ଆହୁରି ୨ଟି କଳସ ବାଡ଼ିରେ ପୋତା ହୋଇଥିବା ଗୁଣିଆ କହିଥିଲେ ହେଁ ଆଉ ପୂଜାପାଠ ନ କରି ପଳାଇ ଯାଇଥିଲା। ମାସାଧିକ କାଳ ଏହି ପରିବାରରେ ଏଭଳି ସମ୍ବେଦନଶୀଳ ଘଟଣା ଘଟି ଚାଲିଥିବାବେଳେ ଗୁଣିଆ ଏଠାରୁ ପଳାଇବା ପରେ ଅଧିକ କାଳିସୀ ଲାଗି ପରିବାର ସଦସ୍ୟଙ୍କ ଦେହ ଅସୁସ୍ଥ ହୋଇ ଚାଲିଥିବା କୁହାଯାଉଛି। ସେପଟେ ଠାକୁରାଣୀଙ୍କ କୋପ ଯୋଗୁଁ ଜୀବନ ବଞ୍ଚାଇବା ପାଇଁ ପରିବାରର ୧୦ରୁ ଊର୍ଦ୍ଧ୍ବ ସଦସ୍ୟ ପିଲାଛୁଆଙ୍କୁ ଧରି ଗତକାଲି ନୀଳଗିରି ଜଗନ୍ନାଥ ମନ୍ଦିରରେ ଆଶ୍ରୟ ନେଇଥିଲେ। ଆଜି ସନ୍ଧ୍ୟାରେ ଏମାନେ ନୀଳଗିରି ରାଜବାଟୀ ପରିସରରେ ଥିବା ରାଧାକିଶୋର ଜୀଉ ମନ୍ଦିର ବେଢ଼ାରେ ଆଶ୍ରୟ ନେଇଛନ୍ତି। ସମ୍ପ୍ରତି ଏହି ପରିବାର ନିଜର ସୁରକ୍ଷା ପାଇଁ ସମସ୍ତଙ୍କୁ ନେହୁରା ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ଅନ୍ଧବିଶ୍ୱାସ ନା ଆଉ କ’ଣ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭୟାତୁର ପରିବାର ବିଚଳିତ ନ ହୋଇ ସ୍ବାଭାବିକ ଭାବେ ଘ​‌େ​‌ର ରହିବାକୁ ପ୍ରଶାସନ ସାହସ ଦେବା ପାଇଁ ଦାବି ହୋଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories