www.samajalive.in
Sunday, December 7, 2025
14.1 C
Bhubaneswar

ଦୀର୍ଘତମ ମାଲଗାଡ଼ି ରୁଦ୍ରାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍‌) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି ୫ ଘଣ୍ଟା ୧୦ ମିନିଟରେ ଅତିକ୍ରମ କରିଥିବା ଜଣାପଡିଛି। ଏହି ମାଲଗାଡିର ଲମ୍ବ ୪.୫ କିମି ହୋଇଥିବାବେଳେ ଏଥିରେ ୭ଟି ଇଞ୍ଜିନ ଓ ୩୫୪ଟି ବଗି ଖଞ୍ଜାଯାଇଛି। ସମ୍ମୁଖରେ ଦୁଇଟି ଇଞ୍ଜିନ ଲାଗିଥିବାବେଳେ ପ୍ରତ୍ୟେକ ୫୯ଟି ବଗି ପରେ ଗୋଟିଏ ଲେଖାଏଁ ଇଞ୍ଜିନ ଖଞ୍ଜାଯାଇଛି। ଏହା ଘଣ୍ଟାକୁ ୪୦-୫୦ କିମି ବେଗରେ ଯାତ୍ରା କରୁଛି।

ପ୍ରତ୍ୟେକ ବଗିରେ ୭୨ ଟନ ଓଜନର ସାମଗ୍ରୀ ପରିବହନ କରାଯାଇପାରିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଟ୍ରାଏଲ ରନ୍‌ର ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍‌ଲୋଡ କରିଛନ୍ତି। ଖୁବଶୀଘ୍ର ଏହି ମାଲଗାଡିକୁ ଧାନବାଦ ଡିଭିଜନକୁ ପଠାଯିବ। ଏହାଦ୍ବାରା ଅଧିକ ପରିମାଣର ସାମଗ୍ରୀ ପରିବହନ କରାଯିବା ସହ ସମୟ ସଞ୍ଚୟ ଓ ଖର୍ଚ୍ଚ କାଟ ହୋଇପାରିବ ବୋଲି କୁହାଯାଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଞ୍ଚଟି ମାଲଗାଡିକୁ ସଂଯୋଗ କରାଯାଇ ଏଭଳି ଦୀର୍ଘତମ ମାଲଗାଡି ପ୍ରସ୍ତୁତ କରାଯାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories