www.samajalive.in
Saturday, December 6, 2025
23.1 C
Bhubaneswar

‘ନବାନ୍ନ’ ଚାଲ ଅଭିଯାନ ବେଳେ ପୁଲିସର ଲାଠିମାଡ଼

କଲକାତା: ଆରଜି କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଏକବର୍ଷ ପୂରଣ ହୋଇଛି। ଶନିବାର ବର୍ଷ ପୂର୍ତ୍ତି ଅବସରରେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବି କରି ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ରାଜ୍ୟ ସରକାରଙ୍କ ସଚିବାଳୟ ନବାନ୍ନ ଅଭିମୁଖେ ହୋଇଥିବା ଶୋଭାଯାତ୍ରା ବେଳେ ପୁଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠିମାଡ କରିଛି। ଏହି ଶୋଭାଯାତ୍ରାରେ ପୀଡିତା ଛାତ୍ରୀଙ୍କ ପିତାମାତା ମଧ୍ୟ ସାମିଲ ହୋଇଥିଲେ। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନାରା ଦେଇଥିଲେ। ପୀଡିତାଙ୍କ ମା’ କହିଛନ୍ତି ଯେ ସେ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଉଥିବାବେଳେ ରାଜ୍ୟ ପୁଲିସ ତାଙ୍କୁ ରୋକିବା ପୂର୍ବକ ଦୁର୍ବ୍ୟବହାର କରିଥିଲା। ପୁଲିସ ସହିତ ଧସ୍ତାଧସ୍ତିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରିବା ଲାଗି ଅଦାଲତଙ୍କ ଅନୁମତି ସତ୍ତ୍ବେ ପୁଲିସ ସେମାନଙ୍କୁ ରୋକିବା ଲାଗି ଚେଷ୍ଟା କରିଥିଲା। ଏହି ଶୋଭାଯାତ୍ରାରେ ବିଜେପି ଏହାର ଦଳୀୟ ପତାକା ବିନା ଯୋଗ ଦେଇଥିଲା। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଏହି ଶୋଭାଯାତ୍ରା ଏକ ରାଜନୈତିକ କାର୍ଯ୍ୟକ୍ରମ ନଥିଲା। ପୀଡିତା ଛାତ୍ରୀଙ୍କ ପିତାମାତାଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଆଜିର ଶୋଭାଯାତ୍ରା ସମୟରେ ବିକ୍ଷୋଭକାରୀମାନେ ପୁଲିସ ବାରିକେଡ ଭାଙ୍ଗି ଆଗକୁ ଅଗ୍ରସର ହୋଇଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories