www.samajalive.in
Saturday, December 6, 2025
15.1 C
Bhubaneswar

ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

ନୂଆଦିଲ୍ଲୀ/ପାଟନା: ଚଳିତମାସ ୧୬ ସୁଦ୍ଧା ନକଲି ଭୋଟର ପରିଚୟ ପତ୍ର (ଏପିକ୍‌ କାର୍ଡ) ଦାଖଲ କରିବାକୁ ଶୁକ୍ରବାର ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ନିର୍ଦେଶ ଦେଇଛନ୍ତି। ନକଲି ଭୋଟର କାର୍ଡ ରଖିବା ଏବଂ ଏହାକୁ ବ୍ୟବହାର କରିବା ଅପରାଧ ବୋଲି ଇସିଙ୍କ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ପାଟନା ସଦର ଏସଡିଏମ ତଥା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କ ତରଫରୁ ତେଜସ୍ବୀଙ୍କୁ ପତ୍ର ପଠାଯାଇଛି। ସୂଚନାଯୋଗ୍ୟ ନିକଟରେ ଇସିଙ୍କ ତରଫରୁ ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସମୀକ୍ଷା (ଏସଆଇଆର) କରାଯାଇଛି। ଏହାକୁ ସାର୍ବଜନୀନ କରାଯିବାପରେ ଅଗଷ୍ଟ ୨ରେ ତେଜସ୍ବୀ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଏପିକ୍‌ ନମ୍ବର ଉକ୍ତ ତାଲିକାରୁ ବାଦ ପଡିଛି। ତେଜସ୍ବୀ ସେତେବେଳେ ନିଜ ମୋବାଇଲରେ ଏହି କାର୍ଡ ପ୍ରଦର୍ଶନ କରିଥିଲେ। ତେବେ ତେଜସ୍ବୀଙ୍କ ଏତାଦୃଶ ଅଭିଯୋଗକୁ ଇସି ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଥିଲେ ଯେ ତେଜସ୍ବୀଙ୍କୁ ସରକାରୀଭାବେ ଇସ୍ୟୁ କରାଯାଇଥିବା ଭୋଟର କାର୍ଡ ଏବଂ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରଦର୍ଶନ କରିଥିବା କାର୍ଡ ପୃଥକ। ଇସିଙ୍କ ତରଫରୁ ଇସ୍ୟୁ କରାଯାଇଥିବା ବୈଧ ଭୋଟର କାର୍ଡ ପରିବର୍ତ୍ତେ ତେଜସ୍ବୀ ସେଦିନ ନକଲି ଭୋଟର କାର୍ଡ ପ୍ରଦର୍ଶନ କରିଥିଲେ। ଏଭଳି କାର୍ଡ ଇସ୍ୟୁ କରାଯାଇନଥିବାବେଳେ ତେଜସ୍ବୀ ଏହା କିପରି ଯୋଗାଡ କଲେ, ସେଥିନେଇ ଇସି ପ୍ରଶ୍ନ ଉଠାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories