BJD Bijuli 480×75 Mob

ଶୋଲେ ଅଭିନେତା ରାଜ କିଶୋରଙ୍କ ପରଲୋକ

BJD Bijuli 480×75 Mob
0

ମୁମ୍ବଇ : ବଲିଉଡ୍‌ ଅଭିନେତା ରାଜ କିଶୋରଙ୍କ ଶୁକ୍ରବାର ସକାଳେ ହୃଦ୍‌ଘାତ ଜନିତ ପରଲୋକ ହୋଇଛି। ତାଙ୍କୁ ୮୫ବର୍ଷ ହୋଇଥିଲା। ଚଳଚ୍ଚିତ୍ର ‘ଶୋଲେ’ରେ ନିଜର ଅଭିନୟ ପାଇଁ ସେ ଚର୍ଚ୍ଚିତ ରହିଥିଲେ। ଏହି ଚଳଚ୍ଚିତ୍ରରେ ସେ କଏଦୀ ଭୂମିକାରେ ଅଭିନୟ କରିଥିଲେ। ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ସହିତ ସେ କଏଦୀ ଭୂମିକାରେ ଅଭିନୟ କରିଥିଲେ। ୬୦, ୭୦ ଓ ୮୦ ଦଶକରେ ସେ ପ୍ରାୟ ସମସ୍ତ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ମଧ୍ୟରେ ‘ପଡୋଶନ’, ହରେ ରାମ ହରେ କୃଷ୍ଣ, ପତଙ୍ଗା, କରିସ୍ମା ଖୁଦରତ କା, ଆସମାନ, ବମ୍ବେ ଟୁ ଗୋଆ, ଦିୱାର, ରାମ ଓøର ଶ୍ୟାମ୍‌ ଏବଂ କରନ୍‌ ଅର୍ଜୁନ ପ୍ରମୁଖ ଚଳଚ୍ଚିତ୍ର। ୨୦୧୮ ବଲିଉଡ୍‌ ପାଇଁ ଦୁର୍ଭାଗ୍ୟର ବର୍ଷ ହେବାରେ ଲାଗିଛି। ରାଜ କିଶୋରଙ୍କ ବ୍ୟତୀତ ଚଳିତ ବର୍ଷ ଶ୍ରୀଦେବୀ, ନର୍ଗିସ ରାବାଡି, ଓ ନରେନ୍ଦ୍ର ଝାଙ୍କ ଭଳି ଅଭିନେତାଙ୍କ ପରଲୋକ ହୋଇଛି।

Leave A Reply