www.samajalive.in
Sunday, December 7, 2025
14.1 C
Bhubaneswar

ରିଲାଏନ୍ସରେ ସବୁଠାରୁ ଅଧିକ ଅଂଶଧନ କାହାର ? ମୁକେଶ କିମ୍ବା ନୀତାଙ୍କ ପାଖରେ ନାହିଁ, ଜାଣନ୍ତୁ…

ନୂଆଦିଲ୍ଲୀ : ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରାକ୍-ବିବାହ ଉତ୍ସବ ସାରା ଦୁନିଆ ଦେଖିଲା । ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଗୁଜରାତର ଜାମନଗରରେ ଅନେକ ବଡ ବଡ ହସ୍ତୀଙ୍କ ମଧ୍ୟରେ ନିଜ ପୁଅ ଅନନ୍ତଙ୍କ ପ୍ରାକ୍-ବିବାହ ଉତ୍ସବ ସମାପନ କଲେ । ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହି ଆୟୋଜନରେ ପ୍ରାୟ ୧୨୫୯ କୋଟି ଟଙ୍କା ଖର୍ଚ୍ଚ କରିଦେଲେ । ଏବେ ଚର୍ଚ୍ଚା ହେଉଛି କି ଅମ୍ବାନୀ ଫ୍ୟାମିଲି ପାଖରେ ସମୁଦାୟ କେତେ ଟଙ୍କା ଅଛି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ କାହାର କେତେ ଭାଗିଦାରୀ ରହିଛି ।

ଆପଣ ଚିନ୍ତା କରୁଥିବେ କି ରିଲାଏନ୍ସର ସବୁଠାରୁ ଅଧିକ ଅଂଶଧନ ମୁକେଶ ଅମ୍ବାନୀ କିମ୍ବା ନୀତା ଅମ୍ବାନୀଙ୍କ ପାଖରେ ଥିବ । କିମ୍ବା ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ବା ଅନନ୍ତ ଅମ୍ବାନୀଙ୍କ ପାଖରେ ଥାଇପାରେ । ମୁକେଶ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତି ୧୧୭ ବିଲିୟନ୍ ଡଲାର(୯୭,୬୬,୮୯,୮୧,୩୦,୦୦୦)ଟଙ୍କା । କିନ୍ତୁ ରିଲାଏନ୍ସରେ ସବୁଠାରୁ ବଡ ଭାଗିଦାରୀ ଅମ୍ବାନୀ ପରିବାରର ସବୁଠାରୁ ବରିଷ୍ଠ ସଦସ୍ୟ କୋକିଲାବେନ୍ ଅମ୍ବାନୀଙ୍କର । ରିଲାଏନ୍ସ ପ୍ରମୋଟର ଗ୍ରୁପରେ ଅମ୍ବାନୀ ପରିବାରର ସେୟାର ରହିଛି ଏବଂ ତାଙ୍କ ପାଖରେ କମ୍ପାନୀର ସମୁଦାୟ ୫୦.୩୯ ପ୍ରତିଶତ ଅଂଶଧନ ରହିଛି ।

- Advertisement -

ଯଦିଓ ବାକି ଅନ୍ୟ ଅଂଶଧନ ୪୯.୬୧ ପ୍ରତିଶତ ସେୟାର ପବ୍ଲିକ୍ ସେୟାରହୋଲ୍ଡର୍ସଙ୍କ ପାଖରେ ରହିଛି । କୋକିଲାବେନ୍ ଅମ୍ବାନୀ ଯଦିଓ ବ୍ୟବସାୟରେ ଏତେ ସକ୍ରିୟ ନାହାଁନ୍ତି କିନ୍ତୁ ତାଙ୍କ ପାଖରେ ସମୁଦାୟ ୧,୫୭,୪୧,୩୨୨ ସେୟାର୍ ରହିଛି ଏବଂ କମ୍ପାନୀରେ ତାଙ୍କ ଭାଗିଦାରୀ ୦.୨୪ ପ୍ରତିଶତ ରହିଛି । ସେହିଭଳି ମୁକେଶ ଓ ପରିବାରର ଅନ୍ୟମାନଙ୍କର ସେୟାର ୯୦,୫୨,୦୨୧ ଏବଂ ଏହା କମ୍ପାନୀର ୦.୧୨ ପ୍ରତିଶତ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories