ବିଚ୍ଛିନ୍ନତାବାଦ ଏବେ କାଶ୍ମୀରୀରେ ଇତିହାସ ପାଲଟି ଯାଇଛି – ଅମିତ ଶାହ

ନୂଆଦିଲ୍ଳୀ: ମୋଦୀ ସରକାରଙ୍କ ଏକୀକରଣ ନୀତି ଜାମ୍ମୁ-କାଶ୍ମୀରରୁ ବିଚ୍ଛିନ୍ନତାବାଦକୁ ବିଦା କରିଦେଇଛି। ହୁରିୟତ ସହିତ ଜଡିତ ଦୁଇଟି ସଂଗଠନ ବିଚ୍ଛିନ୍ନତାବାଦ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି। କାଶ୍ମୀରରେ ବିଚ୍ଛିନ୍ନତାବାଦ ଏବେ ଇତିହାସ ପାଲଟି ଯାଇଛି  ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ  ଅମିତ ଶାହ ପ୍ରକାଶ କରିଛନ୍ତି।

ଏକ୍ସରେ ପୋଷ୍ଟ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭାରତର ଏକତାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପକୁ ସେ ସ୍ୱାଗତ କରନ୍ତି ଏବଂ ଏଭଳି ସମସ୍ତ ଗୋଷ୍ଠୀଙ୍କୁ ଆଗକୁ ଆସି ଚିରଦିନ ପାଇଁ ବିଚ୍ଛିନ୍ନତାବାଦ ଛାଡ଼ିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଏକ ବିକଶିତ, ଶାନ୍ତିପୂର୍ଣ୍ଣ ଏବଂ ଏକୀକୃତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟି ପାଇଁ ଏହା ଏକ ବଡ଼ ବିଜୟ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି।

Comments are closed.