ବର୍ଜିସପେଣ୍ଠ ପୋଖରୀରୁ ପିତଳ ସର୍ପ ଏବଂ କୋହଲ୍ଲା ଠାବ 

ଗୋପାଳପୁର:  ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ  ବର୍ଜିସପେଣ୍ଠ ଗ୍ରାମ ପୋଖରୀରୁ ଆଜି ଏକ ପିତଳ ସର୍ପ ଏବଂ ଦୁଇଟି କୋହଲ୍ଲା ମିଳିଥିବା ଜଣାପଡ଼ିଛି। ବର୍ଜିସପେଣ୍ଠ ଗ୍ରାମର ସନ୍ତୋଷ ପ୍ରଧାନଙ୍କୁ ଦୀର୍ଘ ଦୁଇ ମାସ ତଳେ ନାରାୟଣପୁର ଓଡ଼ିଆରପି ପାହାଡ଼ ଉପରେ ଏକ ପିତଳ ସର୍ପ ଓ ଶିବ ଲିଙ୍ଗ ମିଳିଥିଲା। ତାହାର କିଛି ଦିନ ପରେ ସନ୍ତୋଷକୁ ସପ୍ନରେ ଏହି ପୋଖରୀରେ ଦଣ୍ଡକାଳୀଙ୍କ କୋହଲ୍ଲା ଓ ଏକ ପିତଳ ସର୍ପ ରହିଥିବା ସପ୍ନ ହୋଇଥିଲା।
ଆଜି ନୂଆଁ କରାପଲ୍ଲୀ ଗ୍ରାମରେ ଲଣ୍ଡାବାଉଁଶର ଦଣ୍ଡନାଚର ଧୂଳି ଦଣ୍ଡ ଚାଲିଥିବା ବେଳେ ଢୋଲ ବାଜିବା ସମୟରେ ସନ୍ତୋଷକୁ ଠାକୁର ପ୍ରସନ୍ନ ହେବାରୁ ସେଠାରୁ ଦୌଡ଼ି ଦୌଡ଼ି ଆସି କରାପଲ୍ଲୀ ଓ ଗୋପାଳପୁର ମୁଖ୍ୟ ରାସ୍ତା କଡ଼ରେ ଥିବା ଗାଁ ପୋଖରୀ ଭିତରକୁ ଯାଇ ଦୀର୍ଘ ସମୟ ଖୋଜା ଖୋଜି ପରେ ଏକ ପିତଳ ସର୍ପ ଏବଂ ଦୁଇଟି କୋହଲ୍ଲାକୁ ପାଇଥିଲେ। ଖବର ପ୍ରସାରିତ ହେବା ପରେ ଏହା ଦେଖିବା ପରେ ସ୍ଥାନୀୟ ଅଞ୍ଚଳବାସୀ ସେଠାରେ ଭିଡ଼ ଜମାଇଥିଲେ। ଏ ନେଇ ଗାଁରେ ଏକ ବୈଠକ କରାଯାଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Comments are closed.