www.samajalive.in
Monday, December 8, 2025
14.1 C
Bhubaneswar

କାର୍‌ ଡାଶ୍‌ବୋର୍ଡରେ ପ୍ରତିମା ରଖିବା ଠିକ୍‌ ନା ଭୁଲ୍‌

ଭୁବନେଶ୍ୱର – ଭାରତୀୟ ସଂସ୍କୃତିରେ ଭଗବାନଙ୍କ ଫଟୋଚିତ୍ର ଘର, କାର୍ଯ୍ୟାଳୟ, ଦୋକାନ ଏବଂ ବାହାନରେ ରଖାଯାଇଥାଏ । ଅନେକ ବ୍ୟକ୍ତି ନିଜ କାର୍‌ ବା ଗାଡିର ଡାଶ୍‌ବୋର୍ଡରେ ଭଗବାନ୍‌ଙ୍କ ପ୍ରତିମା ଲଗାଇଥାନ୍ତି । ଏହି ପରମ୍ପରା ଅନେକ କାଳରୁ ଚାଲିଆସିଛି । ନିଜ ବାହାନକୁ ସୁରକ୍ଷିତ ଏବଂ ଶୁଭଫଳ ପାଇଁ ଅନେକ ଏହା କରିଥାଆନ୍ତି ।

ମାତ୍ର ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଠିକ୍‌ କି ? ଏହା ବାହାନରେ ସକରାତ୍ମକ ଶକ୍ତି ଆଣେ ନା କୌଣସି ନକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ । ଅନେକଙ୍କ ମନରେ ଏହି ପ୍ରଶ୍ନ ଆସିଥାଇ ପାରେ କିମ୍ବା କେହି କେହି ଏଥିପ୍ରତି ଦୃଷ୍ଟି ଦେଇ ନଥାନ୍ତି ।

- Advertisement -

ଉତ୍ତରଭାରତର ପ୍ରସିଦ୍ଧ ଜ୍ୟାତିର୍ବିଦ୍‌ ପଣ୍ଡିତ ରମେଶ ଭୋଜରାଜ୍‌ ଦ୍ୱିବେଦୀଙ୍କ ଅନୁସାରେ ଭଗବାନଙ୍କ ପ୍ରତିମା କିମ୍ବା ଫଟୋ କୌଣସି ସ୍ଥାନରେ ରଖିବା ପାଇଁ ଅନେକ ବିଶେଷ ନିୟମ ପାଳନ କରାଯିବା ଉଚିତ୍‌ । ଏହା ବ୍ୟକ୍ତିବିଶେଷଙ୍କ ପାଇଁ ବେଶ୍‌ ସହାୟକ ହୋଇଥାଏ । କାର୍‌ ଡାଶ୍‌ବୋର୍ଡରେ ପ୍ରତିମା ରଖିଲେ ଭଲ । ଏହାର ସକରାତ୍ମକ ପ୍ରଭାବ ରହିଛି ।

କାର୍‌ରେ ଭଗବାନ୍‌ ଗଣେଶଙ୍କ ପ୍ରତିମା ରଖିଲେ ଏହା ଶୁଭ । ସେ ବିଘ୍ନହର୍ତ୍ତା ହୋଇଥିବାରୁ ଅନେକ ବିଘ୍ନନାଶ ହୋଇଥାଏ ।

ହନୁମାନଙ୍କ ପ୍ରତିମା ରଖିଲେ ଭୁତପ୍ରେତ ଏବଂ ଅନ୍ୟ ଦୁଷ୍ଟ ଶକ୍ତିଙ୍କ ନଜର ପଡେନାହିଁ ।

ବିଷ୍ଣଙ୍କ ପ୍ରତିମା ରଖିଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ଲକ୍ଷ୍ମୀଙ୍କ ପ୍ରତିମା ରଖିଲେ ଆର୍ଥିକ ପ୍ରଗତି ହୋଇଥାଏ ।

ମାତ୍ର ଏହାର କେତକ ନିୟମ ରହିଛି ।

ଏହି ସବୁ ପ୍ରତିମାକୁ ଭଲ ସ୍ଥାନ ଏବଂ ପରିଷ୍କାର ସ୍ଥାନରେ ରଖନ୍ତୁ । ଏହାକୁ ସଫା ଏବଂ ସମ୍ମାନଜନକ ସ୍ଥାନ ଦିଅନ୍ତୁ ।

କେବେ ବି ଧୂପକାଠି କି ଦୀପ କାର୍‌ ଭିତରେ ଜଳାନ୍ତୁ ନାହିଁ । କାରଣ ଏଥିରେ ନିଆଁ ଲାଗିବାର ଭୟ ରହିଛି ।

ଛୋଟ ଆକାରର ମୂର୍ତ୍ତୀ ରଖନ୍ତୁ । ବେଳେ ବେଳେ ଏହାକୁ ପରିଷ୍କାର କରନ୍ତୁ ।

ଏପରି ଉପାଦେୟ ପରାମର୍ଶ ପାଇଁ ଆମକୁ ଲାଇକ୍‌ , ଫଲୋ ଏବଂ ସେୟାର କରନ୍ତୁ । ଆପଣଙ୍କ ମତାମତକୁ କମେଣ୍ଟ ମାଧ୍ୟମରେ ଦିଅନ୍ତୁ ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories