ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ, ଜଳିଗଲା ଘର

କଲକାତା:  ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ପଥର ପ୍ରତିମା ଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୭ ମୃତ୍ୟୁ ହୋଇଛି। ବିସ୍ଫୋରଣରେ ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୩ଜଣ ମହିଳା ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୁଲିସର ତଦନ୍ତ ଆରମ୍ଭ।  ଦକ୍ଷିଣ ୨୪ ପରଗନା ଜିଲାରେ ଘରେ ଦୁଇଟି ଗ୍ୟାସ ସିଲିଣ୍ଡର ଥିଲା ଏବଂ ଭିତରେ ଗଚ୍ଛିତ ଫୋଟକା ଓ ବାଣ ଜଳିଯିବା ପରେ ନିଆଁ ବ୍ୟାପିଯାଇଥିଲା ବୋଲି ଫୁଲିସ ସନ୍ଦେହ କରୁଛି।

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲାର ପଥର ପ୍ରତିମା ଗାଁରେ ସୋମବାର ରାତିରେ ଏକ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଚାରି ଶିଶୁ ଏବଂ ଦୁଇ ମହିଳାଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ଆହତ ମହିଳାଙ୍କୁ ଘରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସୁନ୍ଦରବନ ପୁଲିସ ଜିଲା ଏସପି କୋଟେଶ୍ୱର ରାଓ କହିଛନ୍ତି।
ପୁଲିସ ସନ୍ଦେହ କରୁଛି ଯେ ଘରେ ଦୁଇଟି ଗ୍ୟାସ ସିଲିଣ୍ଡର ଥିଲା ଏବଂ ଭିତରେ ଗଚ୍ଛିତ ବାଣ ଜଳିଯିବା ପରେ ନିଆଁ ବ୍ୟାପିଥିଲା, ସେ କହିଛନ୍ତି।

Comments are closed.