ବଳଭଦ୍ରପୁର ଗ୍ରାମରେ ସିରିଜ  ଚୋରି ଘଟଣା, ୨ ଗିରଫ

କଳାପଥର(ବାଙ୍କୀ) : ଗତ ତିନି  ମାସ ତଳେ ବୈଦ୍ୟେଶ୍ୱର ଥାନା ଅନ୍ତ୍ରର୍ଗତ ବଳଭଦ୍ରପୁର ଗ୍ରାମରେ   ସିରିଜ  ଚୋରି ଘଟଣାରେ ୨ ଜଣ  ଗିରଫ ହୋଇଛନ୍ତି। ଗିରଫ ଯୁବକଙ୍କ ନାମ ଵାପିନା ନାଏକ ଓ ହରି ନାଏକ ବୋଲି ଜଣାପଡ଼ିଛି। ସେମାନେ ବୈଦ୍ୟେଶ୍ୱର ଥାନା ଅଳସୁଆ ସନେଇ ସାହିର ବଳରାମ ନାଏକ ଏବଂ ଭଗବାନ ନାଏକଙ୍କ ପୁଅ ବୋଲି ପୁଲିସ ସୂଚନା ଦେଇଛି। ୬ ଜଣିଆ ଡକାୟତ ଗ୍ୟାଙ୍ଗ ଭିତରୁ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରସିଂହପୁର ଥାନା  କାନପୁରର ଅଞ୍ଚଳର  ନାରାୟଣ ନାଏକ ଓରଫ ମଣ୍ଟୁ ପୂର୍ଵରୁ ଗିରଫ ହୋଇ ବାଙ୍କୀ ଜେଲରେ ଅଛନ୍ତି।
ଗତକାଲି ଅଳସୁଆ  ଗ୍ରାମର ଵାପିନା ନାଏକ, ହରି ନାଏକ ଘର ଆଟୁରେ ମୂଲ୍ୟବାନ କଂସା, ପିତଳ ହଣ୍ଡା ସହ ବାସନ କୁସନ ଥିବାର ବୈଦ୍ୟେଶ୍ୱର ପୁଲିସକୁ ସୂଚନା ମିଳିଥିଲା। ସେଠାରେ ଅଚାନକ ଚଢ଼ାଉ କରି  ବୈଦ୍ୟେଶ୍ୱର ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।  ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

Comments are closed.