ଓକିଲ ସଂଘ ନିର୍ବାଚନ – ସହଦେବ ଦାଶ ସଭାପତି ଓ କୃପାସିନ୍ଧୁ ଜେନା ସଂପାଦକ

ବାସୁଦେବପୁର: ବାସୁଦେବପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ନିର୍ବାଚନକୁ ଆଇନଜୀବୀ ପ୍ରଦୀପ କୁମାର ମହାନ୍ତି ନିର୍ବାଚନ ପରିଚାଳନା କରିଥିବା ବେଳେ ମୋଟ ୮୮ଜଣ ଆଇନଜୀବୀଙ୍କ ମଧ୍ୟରୁ ୮୧ଜଣ ମତଦାନ କରିଥିଲେ। ସଂପାଦକ ଭାବରେ ବରିଷ୍ଠ ଆଇନଜୀବୀ କୃପାସିନ୍ଧୁ ଜେନା, ସହ ସଂପାଦକ ସୁଶାନ୍ତ କୁମାର ବିଶ୍ୱାଳ, ଉପସଭାପତି ଭାବରେ ସଜିତ କୁମାର ଦାସ ବିଜୟୀ ହୋଇଛନ୍ତି। ଏହି ଅବସରରେ ଭାରତୀ ସୁତାର, ଅରୁଣ ମହାପାତ୍ର, କରୁଣାକର ମଣ୍ଡଳ, ବିଜୟ କୁମାର ରାୟ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ସହଦେବ ଦାଶ ଚଳିତ ବର୍ଷ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି।

Comments are closed.