www.samajalive.in
Sunday, December 7, 2025
14.1 C
Bhubaneswar

ରେଙ୍ଗାଲି କେନାଲରେ ବୁଡ଼ି ଯୁବକ ମୃତ

ଆଠଗଡ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଠାରେ ଥିବା ରେଙ୍ଗାଲି କେନାଲରେ ବୁଡ଼ି ଆଠଗଡ଼ର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଉଛନ୍ତି ଆଠଗଡ଼ ହାଉସିଂ ବୋର୍ଡ଼ କଲୋନୀରେ ରହୁଥିବା ବିଜୟ କୁମାର ରଥଙ୍କ ପୁଅ ରାହୁଲ ଓରଫ ଲକ୍ଷ୍ମୀ ପ୍ରସାଦ ରଥ (୧୮)। ବିଜୟଙ୍କ ନିଜ ଘର ଗୋବିନ୍ଦପ୍ରସାଦ ହୋଇଥିବା ବେଳେ ସେ ଗତ କୋଡ଼ିଏ ବର୍ଷ ଧରି ଆଠଗଡ଼ରେ ରହି ଆସୁଛନ୍ତି। ରାହୁଲ ତାଙ୍କ ଗାଁକୁ ଯାଇଥିବା ବେଳେ ରେଙ୍ଗାଲି କେନାଲରେ ଗାଧୋଇବା ଯାଇ ସେଠାରେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ବହୁ ଉଦ୍ୟମ କରି ତାଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories