www.samajalive.in
Monday, December 8, 2025
14.1 C
Bhubaneswar

ହ୍ୱାଟ୍ସଆପ୍‌ରେ ଆସୁଛି ଏହି ସବୁ ନୂଆ ଫିଚର୍‌- ଆଇଫୋନ୍‌ରେ ଏବେ ପାଇବେ ନୂଆ ସୁବିଧା

ଭୁବନେଶ୍ୱର – ହ୍ୱାଟ୍ସଆପ୍‌ ସାରା ବିଶ୍ୱରେ ଏକ ଲୋକପ୍ରିୟ ମେସେଜିଂ ଆପ୍‌ ।ହ୍ୱାଟ୍ସଆପ୍‌ ସବୁବେଳେ ନିଜର ଉପଭୋକ୍ତାଙ୍କ ସୁବିଧା ପାଇଁ ନୂଆ ଫିଚର୍‌ ସହ ବିଭିନ୍ନ ଅପଡେଟ୍‌ କରିଥାଏ । ଏବେ ୨୦୨୫ ମସିହାର ପ୍ରଥମାର୍ଦ୍ଧରେ ହ୍ୱାଟ୍ସଆପ୍‌ ଅନେକ ନୂଆ ଫିଚର୍‌ ଦେବା ପାଇଁ ଯାଉଛି ।

ଆଇଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ହ୍ୱାଟ୍ସଆପ୍‌ ଅନେକ ନୂଆ ଫିଚର୍‌ ଆଣିବା ପାଇଁ ଯାଉଛି। ଆଇଓଏସ୍‌ ୧୮.୨ ଅପ୍‌ଡେଟ୍‌ କରିଥିବା ବ୍ୟବହାରକାରୀମାନେ ଏହି ଫିଚର୍‌ ସବୁ ବ୍ୟବହାର କରିପାରିବେ । ଆଇଫୋନ୍‌ରେ ହ୍ୱାଟ୍ସଆପ୍‌ ଜରିଆରେ ସିମ୍‌ରେ କଲ୍‌ କରିବା ପାଇଁ କଲ୍‌ର ସୁବିଧା ପାଇ ପାରିବେ । ହ୍ୱାଟ୍ସଆପ୍‌ କଲ୍‌କୁ ରେକର୍ଡ କରାଯାଇ ପାରୁ ନଥିବାରୁ ଅନେକ ବ୍ୟବହାରକାରୀ ଏହାକୁ ବ୍ୟବହାର କରିଥାଆନ୍ତି । ଆଇଫୋନ୍‌ରେ ହ୍ୱାଟ୍ସଆପ୍‌ର ସିଧାସଳଖ କଲ୍‌ ସୁବିଧା ସାମିଲ୍‌ ହୋଇଥିବାରୁ ବ୍ୟବହାରକାରୀଙ୍କ ପାଇଁ ଏହା ସୁବିଧାଜନକ ହେବ।

- Advertisement -

ଏହି ଫିଚ୍‌ର ବ୍ୟବହାର କରିବା ପାଇଁ ଆଇଓଏସ୍‌ରେ ଆପ୍‌ ଷ୍ଟୋରରେ ଅପ୍‌ଡେଟ୍‌ କରିବେ । ଏହାପରେ ଆଇଫୋନ୍‌ ସେଟିଂକୁ ଯାଇ ଆପ୍‌ସ୍‌ରେ ଡିଫଲ୍ଟ ଆପ୍‌କୁ ଚୟନ କରିବେ । ଏଥିରେ କଲିଂ ଅପସ୍‌ରେ ହ୍ୱାଟ୍ସଆପ୍‌କୁ ଚୟନ ବା ସିଲେକ୍ଟ କଲେ ସିଧାସଳଖ କଲ୍‌ ସୁବିଧା ପାଇ ପାରିବେ । ଏଥିପାଇଁ ଆଉ ହ୍ୱାଟ୍ସଆପ୍‌କୁ ଯାଇ କଲ୍‌ କରିବା ଆବଶ୍ୟକତା ନାହିଁ । କଲ୍‌ ମେନୁରେ ସିଧାସଳଖ କଲ୍‌ ସୁବିଧା ପାଇ ପାରିବେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories