ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସମ୍ବର୍ଦ୍ଧିତ

କଳାପଥର(ବାଙ୍କୀ): ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ବରିଷ୍ଠ ସାମ୍ବାଦିକ ତଥା ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ସ୍ୱାଧୀନ ସଂଗ୍ରାମୀ ହଟନାଥ ମଙ୍ଗରାଜଙ୍କୁ ସେମାନଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱର ନାଗରିକ ମହାମଞ୍ଚ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଛି । ବାଙ୍କୀ ପୂଜ୍ୟପୂଜା ଅନୁଷ୍ଠାନର ସଭାପତି ସୁନୀଲ କୁମାର ମିଶ୍ର, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ କାମଦେବ ମହାପାତ୍ର, ରବିନ୍ଦ୍ର କୁମାର ରଣା, ନିରଞ୍ଜନ ସାହୁ ଓ ସୀତାଂଶୁ ମହାରଣା ପ୍ରମୁଖ ଉଭୟଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା କୌଶିକ ନାୟକ, ସଂଯୋଜକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସୁରେଶ୍ୱର ବେହେରା, ସଦାଶିବ ଦାସ, ଶୁଭଦ୍ରା ମଲ୍ଲିକ, ପ୍ରତାପ ନାୟକ ଓ ସୀତାକାନ୍ତ ପାଣିଗ୍ରାହୀ ପ୍ରମୁଖ ସେମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Comments are closed.