ସ୍କ୍ରବ ଟାଇଫସ : ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର :  ରାଜ୍ୟରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ଉପରେ ନଜର ରଖାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଡାକ୍ତର ମାନଙ୍କୁ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାଲେରିଆ କିମ୍ବା ଅନ୍ୟ ରୋଗ ଜଣା ନପଡିଲେ ତୁରନ୍ତ ଟେଷ୍ଟ କରିନେବା ଉଚିତ । ଠିକ୍ ସମୟରେ ଟେଷ୍ଟ କରି ଆଣ୍ଟିବାୟୋଟିକ ନେଲେ ନିରାକରଣ ହୋଇପାରିବ।
ସେ କହିଛନ୍ତି ଯେ ସ୍କ୍ରବ୍ ଟାଇଫସ୍ ସର୍ଭେଲାନ୍ସ ଭିତରେ ରହିଛି । ଗତବର୍ଷ ୧୦ ହଜାର, ଏବର୍ଷ ଜୁଲାଇ ସୁଦ୍ଧା ୮ ହଜାର ଟେଷ୍ଟିଂ ହୋଇଛି। ରାଜ୍ୟର ସବୁ ଜିଲ୍ଲାରୁ ମାମଲା ଆସୁଛି, ବଲାଙ୍ଗିର ଓ ବରଗଡ଼ରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ପ୍ରତି ଜିଲ୍ଲାରେ ଟେଷ୍ଟ ହେଉଛି । ଚିଗର ପୋକ କାମୁଡ଼ିଲେ ଏହି ରୋଗ ହୁଏ।୧୦ ଦିନରେ ଜ୍ୱର ଭଲ ନହୋଇ ଜଟିଳ ହେଲେ ମୃତ୍ୟୁ ଆଶଙ୍କା ରହିଛି।

Comments are closed.