www.samajalive.in
Sunday, December 7, 2025
13.1 C
Bhubaneswar

ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ସଫେଇ କାର୍ଯ୍ୟକ୍ରମ

ଫୁଲବାଣୀ: ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ଟିକାବାଲି ଓ ରାଇକିଆ ବ୍ଲକ୍‍ର ଅନେକ ବିଦ୍ୟାଳୟ ଓ ଅଙ୍ଗନୱାଡି ପରିସରରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଉଭୟ ବ୍ଳକରେ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଓ ସେଭ୍‍ ଦି ଚିଲଡ୍ରେନ୍‍ ପକ୍ଷରୁ ଶିକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇ ଶିଶୁମାନଙ୍କର ସାମଗ୍ରିକ ବିକାଶ ଦିଗରେ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଗତ ୭ମାସ ହେଲା କରୋନା କଟକଣା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ତାଲାପଡ଼ିଥିବା ଯୋଗୁଁ ଆବର୍ଜନପୂର୍ଣ୍ଣ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ଖୋଲିବା ପୂର୍ବରୁ ବିଦ୍ୟାଳୟ ପରିସରକୁ ସଫା କରିବା ସହିତ ପିଲାମାନେ କିଭଳି ପୂର୍ବଭଳି ବିଦ୍ୟାଳୟକୁ ଆସିବେ ସେଥି ନିମନ୍ତେ ବିଭିନ୍ନ କମିଟିର ସଦସ୍ୟ,ସ୍ୱେଚ୍ଛାସେବୀ ଓ ଗ୍ରାମବାସୀଙ୍କ ସହାୟତାରେ ଶିକ୍ଷାନୁଷ୍ଠାନ ପରିସରକୁ ଆବର୍ଜନା ମୁକ୍ତ କରିବା ନିମନ୍ତେ ପ୍ରୟାସ କରାଯାଉଅଛି। ଶିକ୍ଷାନୁଷ୍ଠାନକୁ ଅବିଭାବକ ଓ ଗ୍ରାମବାସୀ ମାନେ ନିଜର ଭାବିବା ସହିତ ଶିକ୍ଷାନୁଷ୍ଠାନ ପ୍ରତିଥିବା କର୍ତବ୍ୟକୁ ପାଳନ କରିବେ ଓ ଶିକ୍ଷାନୁଷ୍ଠାନ ପ୍ରତି ସେମାନଙ୍କର ଆନ୍ତରିକତା ବୃଦ୍ଧି ପାଇଁ ଏଭଳିଏକ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆଜି ପର୍ଯ୍ୟନ୍ତ ଉଭୟ ବ୍ଲକ୍‍ର ୨୪ ଗୋଟି ବିଦ୍ୟାଳୟ ଓ ୩୧ ଗୋଟି ଅଙ୍ଗନୱାଡି ପରିସରକୁ ପରିଷ୍କାର ଆରମ୍ଭ ହୋଇଛି। ଏହି ଅଭିଯାନ ଆଗାମୀ ଦିନରେ ବ୍ଲକ୍‍ର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ କରାଯିବାର ଯୋଜନା କରାଯାଇଅଛି। ଏହି ଅଭିଯାନରେ ମୁଖ୍ୟତଃ ଅଙ୍ଗନୱାଡି କର୍ମୀ, ଶିକ୍ଷକ, ଅବିଭାବକ, ଶିକ୍ଷାନୁଷ୍ଠାନ ଗୁଡିକର ବିଭିନ୍ନ କମିଟିର ସଦସ୍ୟ ସଦସ୍ୟା, ଗ୍ରାମର ସ୍ୱେଚ୍ଛାସେବୀମାନେ ସାମିଲ୍‍ ହୋଇ ସଫେଇ କାର୍ଯ୍ୟଜାରି ରଖିବା ସହିତ ଏହି କାର୍ଯ୍ୟକ୍ରମ ଆଗାମି ଦିନମାନଙ୍କରେ ଜାରି ରଖିବେ ଓ ଶିକ୍ଷାନୁଷ୍ଠାନ ପରିସରକୁ ଆବର୍ଜନା ମୁକ୍ତ କରିବା ସହିତ ଶିଶୁମାନଙ୍କ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବେ ବୋଲି କହିଛନ୍ତି। ସ୍ୱାତୀ ସଂଗଠନର ପ୍ରଭଞ୍ଜନ କହଁର, ଶିଶିର ବେହେରା, ମାମାଲି ବିଶ୍ୱାଳ, ରାନିମା ଦିଗାଳ, ମାଳତୀ ପ୍ରଧାନ ଓ ଗାୟତ୍ରୀ ମହାରଣା ପ୍ରମୁଖ ଲୋକମାନଙ୍କୁ ଉତ୍ସାହିତ କରିବା ସହିତ ସହଯୋଗ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories