nua o banner

ପୁଅ ପାଇଁ ମିଛରେ ଗରିବ ହେଲା ବାପ, ଏବେ ପୁଲିସ କରୁଛି ତଦନ୍ତ

BSKY banner  750×100
0

ନୂଆଦିଲ୍ଲୀ: ବେଳେ ବେଳେ ଦେଶରେ ଅତି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳେ । ଭ୍ରଷ୍ଟାଚାରର ଅନେକ ଉଦାହରଣ ମିଳିଥାଏ । ଦିଲ୍ଲୀର ଏକ ସଂସ୍କୃତ ବିଦ୍ୟାଳୟରେ ଗରିବ ଲୋକମାନଙ୍କର ପିଲାଙ୍କୁ ନାମଲେଖା ପାଇଁ ସଂରକ୍ଷଣ ଦିଆଯାଏ । ଏଥିପାଇଁ ଗୌରବ ଗୋଏଲ୍‌ ନାମକ ବ୍ୟକ୍ତି ଦିଲ୍ଲୀର ଚାଣକ୍ୟପୁରାରେ ଥିବା ସଂସ୍କୃତ ବିଦ୍ୟାଳୟ ନିଜ ପୁଅର ନାମ ଲେଖାଇବା ପାଇଁ ଭୋଟର ଆଇଡି ସହ ଅନ୍ୟାନ୍ୟ କାଗଜପତ୍ରକୁ ନକଲି କରିଥିଲେ ।

ସେ ବସ୍ତି ବାସିନ୍ଦା ଓ ଅତି ଗରିବ ଲୋକ ବୋଲି ଦର୍ଶାଇଥିଲେ । ତାଙ୍କ ପୁଅର ନାମଲେଖା ବି  ହୋଇଥିଲା । ଦ୍ୱିତୀୟ ପୁଅର ନାମ ଲେଖାଇବା ବେଳେ ସେ ନିଜର ସତ ପରିଚୟ ଦେଇଥିଲେ । ଏହାପରେ ପୁଲିସ ଘଟଣାର  ତଦନ୍ତ ଆରମ୍ଭ କରିଥିଲା । ଗୌରବ ଅତି ଧନୀ ଲୋକ ହୋଇଥିବା କଥା ତଦନ୍ତ ବେଳେ ଜଣା ପଡିଥିଲା । ସେ ୨୦ରୁ ଅଧିକ ଦେଶ ବୁଲିଛନ୍ତି । ଏକ ଅତି ଧନୀକ ଶ୍ରେଣୀଙ୍କ ପାଇଁ ତିଆରି କରାଯାଇଥିବା ଆପାର୍ଟମେଣ୍ଟ ରେ ରହୁଛନ୍ତି ବୋଲି ଜଣା ପଡିଥିଲା ।  ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply