www.samajalive.in
Tuesday, December 9, 2025
15.1 C
Bhubaneswar

ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅବହେଳିତ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବର୍ଗ: ନିରଞ୍ଜନ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର କାର୍ଯ୍ୟକାରୀ କମିଟି ବୈଠକ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିସିସି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ବାଙ୍କନିଧି ବେହେରା ସଭାପତିତ୍ୱ କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଡ.ବି.ଆର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରଙ୍କର ଅନୁସୂଚିତ ଜାତି ବିଭାଗର ଲୋକମାନଙ୍କର ଉନ୍ନତି ନିମନ୍ତେ କୌଣସି ଅବଦାନ ନାହିଁ। ଆଜି ବି ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅବହେଳିତ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଯେ ଅନୁସୂଚୀତ ଜାତି ଓ ଜନଜାତି ମାନଙ୍କର ଉନ୍ନତି ବିନା ଦେଶର ପ୍ରଗତି ଅସମ୍ଭବ। କଂଗ୍ରେସ ଦଳ ସର୍ବଦା ସେମାନଙ୍କର ସମସ୍ୟାକୁ ସମାଧାନ କରିବା ଦିଗରେ କାର୍ଯ୍ୟକଲେ ଦଳ ପ୍ରତି ସେମାନଙ୍କର ଆନୁଗତ୍ୟ ରହିବ ବୋଲି କହିଥିଲେ।


ପିସିସି ଅନୁସୂଚିତ ଜାତିବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା କହିଥିଲେ ଯେ କେନ୍ଦ୍ର ବିଜେପି ସରକାର ଦଳିତ ମାନଙ୍କର ସଂରକ୍ଷଣ ବ୍ୟବସ୍ଥାକୁ ସଂକୁଚିତ କରିବା ସହିତ ଶିକ୍ଷାକ୍ଷେତ୍ରରେ ଦଳିତ ଛାତ୍ରଙ୍କୁ ଦିନକୁ ଟ.୧.୮୫ ପଇସା ଦେଇ ଦଳିତ ବର୍ଗଙ୍କୁ ଉପହାସ କରୁଛନ୍ତି। ୟୁପିଏ ସରକାର ଅମଳରେ ଦଳିତମାନଙ୍କ ବିକାଶ ନିମନ୍ତେ ପ୍ରଣୟନ ହୋଇଥିବା ଯୋଜନାକୁ ବନ୍ଦ କରିଦିଆଯିବା ଏ ସରକାରଙ୍କ ଦଳିତ ମାନଙ୍କ ପ୍ରତି କେତେ ଦରଦ ତାହା ସହଜରେ ଅନୁମେୟ । ସେହିଭଳି ରାଜ୍ୟ ସରକାର ଛାତ୍ରବୃତି ଦେଇ ପାରୁନଥିବା ବେଳେ ଦଳିତ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସଂରକ୍ଷଣକୁ ରାଜ୍ୟ ସରକାର ଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବା ଅତ୍ୟନ୍ତ କ୍ଷୋଭର ବିଷୟ। ଏ ସଂପର୍କରେ ରାଜ୍ୟ ବା କେନ୍ଦ୍ର ସରକାର ଯଦି ବିହୀତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା କହିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ଦଳିତ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ନିମାଇ ସରକାର, ହଳଧର ସେଠୀ, ନରୋତ୍ତମ ନାୟକ, ତାପସ ସେଠୀ, ମାନସ ମଲ୍ଲିକ, ଜୟନ୍ତ ଭୋଇ, ଗଜେନ୍ଦ୍ର ତନ୍ତୀ, ମାଣିକ ପ୍ରଭା, ଶିବଶଙ୍କର ବେହେରା, ଅଭିଷେକ ଦଳ ବେହେରା, ସନ୍ତୋଷ କୁମ୍ଭାର, ରଞ୍ଜନ ବେହେରା, ପ୍ରଫୁଲ୍ଲ ଦିଗାଲ, ସର୍ବେଶ୍ୱର ସେଠୀ, ଶୋଭାକର ମୁଖି, ପ୍ରତାପ ସେଠୀ, ବିଦ୍ୟାଧର ଜେନା, ପର୍ଶୁରାମ ଭକ୍ତ, ରମେଶ ବାଖ୍ୟା, ବିନୋଦ ତନ୍ତି, ବୁଲକି ସେଠ, ତରଣୀ ବାରିକ, ଦୁର୍ଯ୍ୟେଧନ ବେହେରା, ମଣ୍ଟୁ ମଲ୍ଲିକ, ସଚ୍ଚିଦାନନ୍ଦ ନାୟକ, ଖଗେଶ୍ୱର ମଲ୍ଲିକ, ଜାନକୀ ମଲ୍ଲିକ, ରମାକାନ୍ତ ପାତ୍ର, ଦେବୀ ପ୍ରସାଦ ସେଠୀ, ଟିକନ ବେହେରା, ନେତ୍ରାନନ୍ଦ ଦୀପ, ଗୋବିନ୍ଦ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ନିମାଇ ଜେନା, ଶ୍ରୀଧର ବାରିକ ପ୍ରମୁଖ ଅନୁସୂଚିତ ଜାତି ଲୋକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ ଏବଂ ସଂଗଠନକୁ ସୁଦୃଢ଼ ପାଇଁ ନିଜର ସୁଚିନ୍ତିତ ପରାମର୍ଶ ଦେଇଥିଲେ। ଶେଷରେ ଦେବେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ପ୍ରାରମ୍ଭରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories